ରାଜ୍ୟ ଯୁବ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: କେଶୁବ ଫାଉଣ୍ତେସନ୍‌ ଏବଂ ଓଡ଼ିଶା ବାସ୍କେଟ୍‌ବଲ୍‌ ସ˚ଘ ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ୩୬ତମ ରାଜ୍ୟ ଯୁବ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୬ ଜିଲ୍ଲାରୁ ୨୮ ଦଳ ଅ˚ଶଗ୍ରହଣ କରିଛନ୍ତି। ବୁଧବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସ˚ଘ ସମ୍ପାଦକ ଅଶୋକ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବର କୁମାର କର, ଶରତ ଜେନା, କେଶୁବ ଫାଉଣ୍ତେସନ୍‌ର ସଭାପତି ରଶ୍ମିତା ମିଶ୍ର, ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ବେଉରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିର˚ଜନ ସାମନ୍ତରାୟ ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର