ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହରେ ଚମତ୍କାର ପ୍ରଦର୍ଶନ ଦେଇଥିବା ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଙ୍ଗଳବାର ପ୍ରକାଶିତ ବିଡବ୍ଲୁଏଫ୍ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ଏସୀୟ କ୍ରୀଡ଼ା ବିଜେତା ଯୋଡ଼ି ଦ୍ବିତୀୟ ଥର ଲାଗି ଶୀର୍ଷ ୧ରେ ପହଞ୍ଚିଛନ୍ତି। ଲଗାତାର ଭାବେ ମାଲେସିଆ ଓପନ୍ ସୁପର ୧୦୦୦ ଓ ଇଣ୍ଡିଆ ଓପନ୍ ସୁପର ୭୫୦ରେ ଏହି ଯୋଡ଼ି ଉପବିଜେତା ହେବାରୁ ଗୋଟିଏ ସ୍ଥାନ ଉଠି ଶୀର୍ଷରେ ପହଞ୍ଚିଛନ୍ତି। ଗତ ବର୍ଷ ହାଂଝୌରେ ସ୍ବର୍ଣ୍ଣ ଜିତିବା ପରେ ସାତ୍ତ୍ବିକ-ଚିରାଗ ପ୍ରଥମ ଥର ଲାଗି ୧ ନମ୍ବର ସ୍ଥାନ ଦଖଲ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏଚ୍ଏସ୍ ପ୍ରଣୟ ଗୋଟିଏ ସ୍ଥାନ ଉଠି ୮ରେ ଥିଲା ବେଳେ ଲକ୍ଷ୍ୟ ସେନ, କିଦାମ୍ବି ଶ୍ରୀକାନ୍ତ ଓ ପ୍ରିୟାଂଶୁ ରାଜୱତ ଯଥାକ୍ରମେ ୧୯, ୨୫ ଓ ୩୦ତମ ସ୍ଥାନରେ ରହିଛନ୍ତି।
ସାତ୍ତ୍ବିକ-ଚିରାଗ ପୁଣି ୧ ନମ୍ବର
/sambad/media/post_attachments/wp-content/uploads/2024/01/sfhfssfhsfhsfh.jpg)