ଲକ୍ଷ୍ୟ ଓଡ଼ିଶା ବନ୍ଧୁକଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ବର: ଲକ୍ଷ୍ୟ ଓଡ଼ିଶା ବନ୍ଧୁକଚାଳନା ପ୍ରତିଯୋଗିତାର ପଞ୍ଚମ ସଂସ୍କରଣ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ସୁଟିଂ ରେଞ୍ଜ୍‌ରେ ଉଦ୍‌ଯାପିତ ହୋଇଯାଇଛି। ବରିଷ୍ଠ ବାଳକ ବର୍ଗ ରାଇଫଲରେ ଆଶିଷ ନାୟକ (୬୧୨.୬ ସ୍କୋର୍‌) ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ମୋହିତ କୁମାର ପାସ୍ବାନ ଓ ପୀତବାସ ବେହେରା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ହୋଇଥିଲେ। ବରିଷ୍ଠ ବାଳିକା ବର୍ଗ ଏୟାର ରାଇଫଲରେ ବିନିତା ପଟ୍ଟନାୟକ ପ୍ରଥମ ହୋଇଥିଲେ। କନିଷ୍ଠ ବାଳକ ଏୟାର ରାଇଫଲରେ ସୁଜଳ କୁମାର ପ୍ରଥମ, ଶ୍ରେୟଶ ଦିବ୍ୟଦର୍ଶନ ଦ୍ବିତୀୟ ଓ ସୋମେଶ ବିନ୍ଧାଣୀ ତୃତୀୟ ସ୍ଥାନ ହାସଲ କରିଥିଲା ବେଳେ ଏୟାର ପିସ୍ତଲ କନିଷ୍ଠ ବାଳିକାରେ ଶ୍ରୁତି ପାତ୍ରୋ ପ୍ରଥମ, କନିଷ୍ଠ ବାଳକରେ ଅମିତ ହୋତା ପ୍ରଥମ ଓ ପୁନ୍ୟୋ ଦ୍ବିତୀୟ ସ୍ଥାନ ପାଇଥିଲେ। ବରିଷ୍ଠ ବାଳକ ଏୟାର ପିସ୍ତଲରେ ଅର୍ଜୁନ ସିଂହ ପ୍ରଥମ, ଅର୍ଦ୍ଧେନ୍ଦୁ ପାଢ଼ୀ ଦ୍ବିତୀୟ ଓ ଦିଲିପ ପାଢ଼ୀ ତୃତୀୟ ସ୍ଥାନ ପାଇଥିଲେ। ପ୍ରତି ତିନି ମାସରେ ଆୟୋଜିତ ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିଥାଏ।

ଏଥିରେ ପ୍ରଦର୍ଶନ ପ୍ରତିଯୋଗୀମାନଙ୍କୁ ବର୍ଷର ଅନ୍ତିମ ପର୍ଯ୍ୟାୟରେ ମାନପତ୍ର ସହ ଓଡ଼ିଶା ରାଇଫଲ ସଂଘ ତରଫରୁ ଜାତୀୟ ପ୍ରତିଯୋଗିତା ପାଇଁ ସହାୟତା କରିଥାଏ। ଉଦ୍‌ଯାପନୀ ଉତ୍ସବରେ ସଂଘର ସଭାପତି ଡଃ ହରିପ୍ରସାଦ ପଟ୍ଟନାୟକ, ବଳଭଦ୍ର ଦାସ, ଗୌରୀ ମହାନ୍ତି ଉପସ୍ଥିତ ରହି ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର