‌ଜେମିମା ଖେଳିବେ ‘ଦି ହଣ୍ଡ୍ରେଡ୍’

ନୂଆଦିଲ୍ଲୀ: ଜୁଲାଇ ୨୧ରୁ ଇଂଲଣ୍ଡରେ ଆରମ୍ଭ ‌ହେଉଥିବା ୧୦୦ ବଲ୍ ବିଶିଷ୍ଟ କ୍ରିକେଟ୍ ପ୍ରତିଯୋଗିତା ‘ ଦି ହଣ୍ଡ୍ରେଡ୍’ରେ ଭାରତୀୟ ମହିଳା ବ୍ୟାଟର୍‌ ଜେମିମା ରୋଡ୍ରିଗ୍ବେଜ୍ ନଦର୍ଣ୍ଣ ସୁପରଚାର୍ଜର୍ସ ଦଳର ପ୍ରତିନିଧିତ୍ବ କରିବେ। ଭାରତୀୟ ମହିଳା ଟ୍ବେଣ୍ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର, ଉପଅଧିନାୟିକା ସ୍ମୃତି ମନ୍ଧାନା, ପ୍ରାରମ୍ଭିକ ବ୍ୟାଟିର ଶେଫାଳି ବର୍ମା, ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରମୁଖ ୮ଟି ଲେଖାଏଁ ପୁରୁଷ ଓ ମହିଳା ଦଳକୁ ନେଇ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ଦଳରୁ ଖେଳିବେ। ରୋଡ୍ରିଗ୍ବେଜ୍ ଇଂଲଣ୍ଡ ଗସ୍ତ ପାଇଁ ବଛା ଯାଇଥିବା ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ସଂପ୍ରତି ସେ ମୁମ୍ବାଇରେ ସଙ୍ଗରୋଧରେ ରହିଛନ୍ତି। ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟିକା ଲରେନ୍ ୱିନଫିଲ୍ଡ ହିଲ୍ ନର୍ଦର୍ଣ୍ଣ ସୁପରଚାର୍ଜର୍ସ ଦଳର ନେତୃତ୍ବ ନେବେ। ଏହି ଦଳରେ ଅଷ୍ଟ୍ରେଲିଆର ତାରକା ଖେଳାଳି ଆଲିସା ହିଲି ମଧ୍ୟ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର