ୟୁଏସ୍‌ ଓପନ୍‌ର ମୋଟ ପୁରସ୍କାର ରାଶି ବଢ଼ିଲା: ଏକକ ବିଜେତା ଓ ଉପବିଜେତାଙ୍କ ରାଶି କମିଲା

ଯୋଗ୍ୟତା ପର୍ଯ୍ୟାୟ ଦ୍ବିତୀୟ ରାଉଣ୍ଡରେ ପ୍ରଜ୍ଞେଶ ହାରିଲେ ସୁମିତ, ରାମକୁମାର, ଅଙ୍କିତା

ୱାସିଂଟନ୍‌: ଚଳିତ ମାସ ୩୦ ତାରିଖରୁ ଟେନିସ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆରମ୍ଭ ହେବ। ଗତବର୍ଷ କରୋନା ମହାମାରୀ ପାଇଁ ଏହି ପ୍ରତିଯୋଗିତା ହୋଇପାରିନଥିଲା। କିନ୍ତୁ ଏଥର ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଏପରିକି କରୋନା ମହାମାରୀ ଯୋଗୁଁ ଗତବର୍ଷ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ଟେନିସ୍‌ ଆସୋସିଏସନ୍‌ (ୟୁଏସ୍‌ଟିଏ) ପୁରସ୍କାର ରାଶିକୁ ୫୩.୪ ମିଲିୟନ୍‌ ଡଲାରକୁ ହ୍ରାସ କରିଥିଲା। ବିନା ଦର୍ଶକରେ ଗତବର୍ଷ ୟୁଏସ୍‌ ଓପନ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ୟୁଏସ୍‌ ଓପନ୍‌ ତା’ର ମୋଟ ପୁରସ୍କାର ରାଶିରେ ବୃଦ୍ଧି ଘଟାଇଛି। ୨୦୧୯ରେ ଏହି ପ୍ରତିଯୋଗିତାରେ ମୋଟ ପୁରସ୍କାର ରାଶି ୫୭.୨ ମିଲିୟନ୍‌ ଡଲାର ରହିଥିଲା ବେଳେ ଚଳିତ ବର୍ଷ ୫୭.୫ ମିଲିଅନ୍‌କୁ ବୃଦ୍ଧି ଘଟିଛି। ଯାହାକି ପୂର୍ବ ସର୍ବାଧିକ ପୁରସ୍କାର ରାଶି ରେକର୍ଡକୁ ଟପିଯାଇଛି। ତେବେ ମୋଟ ପୁରସ୍କାର ରାଶି ବଢ଼ାଇଥିଲା ବେଳେ ଚଳିତ ବର୍ଷ ୟୁଏସ୍‌ ଓପନ୍‌ ଏକକ ବର୍ଗର ବିଜେତା ଓ ଉପବିଜେତା (ଉଭୟ ପୁରୁଷ ଓ ମହିଳା)ଙ୍କ ପୁରସ୍କାର ରାଶି କମାଇଦେଇଛି। ପୂର୍ବରୁ ଏକକ ବିଜେତା ୩ ମିଲିୟନ୍‌ ଡଲାର ପାଉଥିଲା ବେଳେ ଏହାକୁ ୨.୫ ମିଲିଅନ୍‌କୁ ହ୍ରାସ କରିଛି। ସେହିପରି ଉପବିଜେତାଙ୍କ ପୁରସ୍କାର ରାଶିରେ ୫୦,୦୦୦ ମିଲିଅନ୍‌ ହ୍ରାସ ଘଟିଛି। ଉପବିଜେତା ଚଳିତ ବର୍ଷ ପୁରସ୍କାର ରାଶି ବାବଦରେ ୧.୨୫ ମିଲିଅନ୍‌ ଡଲାର ପାଇବେ। ଏହା ବ୍ୟତୀତ ପ୍ରଥମ ରାଉଣ୍ଡ ପାଇଁ ୭୫,୦୦୦ ଓ ଦ୍ବିତୀୟ ରାଉଣ୍ଡ୍‌ ପାଇଁ ୧୧୫,୦୦୦ ଡଲାର ପୁରସ୍କାର ରାଶି ରଖାଯାଇଛି। ଯାହାକି ୨୦୨୦ ତୁଳନାରେ ଯଥାକ୍ରମେ ୨୩ ଓ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଯୁଗଳ ଓ ମିଶ୍ରିତ ଯୁଗଳ ସହିତ ହ୍ବିଲଚେୟାର ଇଭେଣ୍ଟରେ ମଧ୍ୟ ପୁରସ୍କାର ରାଶି ବୃଦ୍ଧି କରିଥିବର ୟୁଏସ୍‌ଟିଏ କହିଛି।

ୱାସିଂଟନ୍‌: ଆମେରିକୀୟ ମହିଳା ସେରେନା ୱିଲିୟମ୍‌ସନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ସେ ଆହତରୁ ସଂପୂର୍ଣ୍ଣ ମୁକୁଳିନଥିବାରୁ ତାଙ୍କ ଡାକ୍ତର ଏବଂ ମେଡିକାଲ ଦଳ ସହ ପରାମର୍ଶ ପରେ ଓହରିବାକୁ ବାଧ୍ୟ ହୋଇଛନ୍ତି ବୋଲି ବୁଧବାର ଇନ୍‌ଷ୍ଟାଗ୍ରାମ୍‌ରେ ସେରେନା ବିବୃତି ଦେଇଛନ୍ତି।

ମେଲ୍‌ବର୍ଣ୍ଣ: ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ପ୍ରଜ୍ଞେଶ ଗୁଣେସ୍ବରଣ। ‌ବୁଧବାର ସେ ସିଧାସଳଖ ୬-୪, ୭-୬ ସେଟ୍‌ରେ କାନାଡ଼ାର ବ୍ରେଡେନ୍‌ ସୁନରଙ୍କୁ ପରାସ୍ତ କରିଥିଲେ। ତେବେ ଅନ୍ୟ ଭାରତୀୟ ଖେଳାଳି ସୁମିତ ନଗଲ, ରାମକୁମାର ରାମନାଥନ ଓ ଅଙ୍କିତା ରାଇନା ଆରମ୍ଭରୁ ବିଦାୟ ନେଇଛନ୍ତି। ବୁଧବାର ପୁରୁଷ ଏକକରେ ସୁମିତ ୨ ଘଣ୍ଟା ୨୨ ମିନିଟ୍‌ ସଂଘର୍ଷ କରିବା ପରେ ୫-୭, ୬-୪, ୩-୬ ସେଟ୍‌ରେ ଆର୍ଜେଣ୍ଟିନାର ଜୁଆନ୍‌ ପାବ୍‌ଲୋ ଫିକୋଭିକ୍‌ଙ୍କଠୁ ପରାସ୍ତ ହୋଇଥିଲେ। ସେହିଭଳି ରାମକୁମାର ୨ ଘଣ୍ଟା ୩୫ ମିନିଟ୍‌ ଲଢ଼େଇ କରି ୬-୪, ୬-୭, ୪-୬ ସେଟ୍‌ରେ ରୁଷିଆର ଇଭ୍‌ଜେନି ‌ଡନ୍‌ସ୍କୋୟଙ୍କଠୁ ହାରିଯାଇଥିଲେ। ସୁମିତ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟ ଖେଳିଥିଲେ। ହେଲେ ରାମକୁମାର ଏକକରେ ୨୦୦୪ରୁ ୨୧ଥର ମୁଖ୍ୟ ପର୍ଯ୍ୟା‌ୟ ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିଫଳତା ଜାରି ରହିଛି। ମହିଳା ଏକକରେ ଅଙ୍କିତା ୩-୬, ୬-୨, ୪-୬ ସେଟ୍‌ରେ ଆମେରିକାର ଜାମି ଲୋ‌ଏବ୍‌ଙ୍କଠୁ ହାରିଥିଲେ।

ସମ୍ବନ୍ଧିତ ଖବର