ଭୁବନେଶ୍ବର: କଟକ ଚଣ୍ଡି ଛକସ୍ଥିତ ଶୈଳବାଳା ମହିଳା ମହାବିଦାଳୟଠାରେ ଉର୍ମିଳା ସ୍ମାରକୀ ରାଜ୍ୟ ୧୦ ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିଯୋଗିତା ରବିବାର ଉଦ୍ଘାଟିତ ହୋଇଯାଇଛି। ଏହାକୁ ଓଡିଶା ସାହିତ୍ୟ ଏକାଡେମି ସଚିବ ତଥା ବରିଷ୍ଠ ଅଧିକାରୀ ପ୍ରବୋଧ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ନିଖିଳ ଓଡିଶା ଚେସ୍ ସୀକୃତିପ୍ରାପ୍ତ ମନୋନୟନ ପ୍ରତିଯୋଗିତାରେ ରାଜ୍ୟର ଅଗ୍ରଣୀ ଚେସ୍ ଅନୁଷ୍ଠାନ ଟ୍ରିପଲ ସି ଚେସ୍ କ୍ଲବ୍ ଓ ମାଷ୍ଟର ଚେସ୍ ଫାଉଣ୍ଡେସନ ମିଳିତଭାବେ ପରିଚାଳନା କରୁଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଓପନ୍ ବିଭାଗରେ ୩ ଜଣ ଅନ୍ତର୍ଜାତୀୟ ରେଟେଡ ଖେଳାଳିଙ୍କ ସହ ୮୦ ଜଣ ଓ ବାଳିକା ବିଭାଗରେ ୩୭ ଜଣ (ଜଣେ ରେଟେଡ୍)ଙ୍କ ସହ ମୋଟ ରେକର୍ଡ ୧୧୭ ଜଣ କୁନି କୁନି ଖେଳାଳି ଭାଗନେଇଛନ୍ତି।
୨ ଦିନଧରି ୬ ରାଉଣ୍ଡ ଭିତିକ ଏହି ପ୍ରତିଯୋଗିତାରେ ପ୍ରଥମ ଦିନ ଚତୁର୍ଥ ରାଉଣ୍ଡ ଖେଳ ସୁଦ୍ଧା ଓପନ୍ ବିଭାଗରେ ସ୍ୱସ୍ତିକ ଶୁଭମ ପଟ୍ଟନାୟକ, ଶୀୟମ ସତ୍ୟମ, ଅଂଶଲ ଏ ଥମାସ, ଦେବୀପ୍ରିୟ ବିଶ୍ୱାଳ ଓ ଜେ ଭିଆନ ରେଡ୍ଡି ମିଳିତ ଭାବେ ଅଗ୍ରଣୀ ରହିଥିବା ବେଳେ ବାଳିକା ବିଭାଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଈଶାନୀ ଦାସ ଓ ଜ୍ୟୋତିକା ସାହୁ ମିଳିତ ଭାବେ ୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଟ୍ରିପଲ ସି ଚେସ କ୍ଲବ୍ର ସଭାପତି କମଳାକାନ୍ତ ବିଶୋଇଙ୍କ ପୌରହିତରେ ଅନୁଷ୍ଠାନ ଉତ୍ସବରେ ସାଙ୍ଗଠନିକ ସମ୍ପାଦକ ବିରଞ୍ଚି ନାରୟଣ ସାହୁ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଚେସ ପ୍ରଶିକ୍ଷକ ବିଶ୍ୱଜିତ ରାୟ, ସହ ସମ୍ପାଦକ ଅର୍ଘ୍ୟ ଅର୍ପଣ ପରିଡା, ମାଷ୍ଟର ଚେସ ଫାଉଣ୍ଡେସନ ପ୍ରତିଷ୍ଠାତା ବିକ୍ରମ ବିଶ୍ୱାଳ ପ୍ରଭୁତି ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଚେସ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ଏହି ଅବସରରେ ରାଜ୍ୟର ଦକ୍ଷ ଚେସ କୋଚ ପ୍ରଶାନ୍ତ ଜେନା, ସତ୍ୟଜିତ ପଟନାୟକ, ଆଦିତ୍ୟ ପଟନାୟକ ଓ ସମୀର ରଞ୍ଜନ ପଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା