ସାଓ ପାଉଲୋ: ସ୍ଥାନୀୟ ମୋରୁମ୍ବି ଷ୍ଟାଡିୟମ୍ରେ କୋପା ଲିବର୍ଟାଡୋରେସ୍ ରାଉଣ୍ଡ ୧୬ର ମ୍ୟାଚ୍ ବେଳେ ବଡ଼ ଅଘଟଣ ଦେଖିବାକୁ ମିଳିଛି। ସାଓ ପାଓଲୋ ବିପକ୍ଷ ଏହି ମ୍ୟାଚ୍ ବେଳେ ପିଚ୍ରେ ନାସିଓନାଲ ଡିଫେଣ୍ଡର ଜୁଆନ ଇଜ୍କ୍ବିଏରଡୋ ଟଳି ପଡ଼ିଛନ୍ତି। ତାଙ୍କ ହୃଦ୍ ସ୍ପନ୍ଦନ ଠିକ୍ ନଥିବାରୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମ୍ୟାଚ୍ର ମଧ୍ୟାନ୍ତରରେ ଉରୁଗୁଏର କ୍ଲବ୍ ସେବାସ୍ତିଆନ୍ କୋଟ୍ସଙ୍କ ବଦଳରେ ଇଜ୍କ୍ବିଏରଡୋଙ୍କୁ ଖେଳାଇଥିଲା। ତେବେ ୮୪ତମ ମିନିଟ୍ରେ କୌଣସି ଖେଳାଳିଙ୍କ ସହ ତାଙ୍କର ଧକ୍କା ହୋଇ ନଥିଲେ ମଧ୍ୟ ସେ ତଳେ ପଡ଼ି ଯାଇଥିଲେ। ଉଭୟ ଦଳର ଖେଳାଳି ସଙ୍ଗେ ସଙ୍ଗେ ମେଡିକାଲ୍ ସହଯୋଗ ମାଗିଥିଲେ। ଏହାପରେ ଆମ୍ବୁଲାନ୍ସ ପଡ଼ିଆ ମଧ୍ୟକୁ ଆସି ତାଙ୍କୁ ଡାକ୍ତରଖାନା ନେଇଥିଲା। ସ୍ଥାନୀୟ ଏକ ହସ୍ପିଟାଲ୍ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଭଲ ଥିବା କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।
ପିଚ୍ରେ ଟଳି ପଡ଼ିଲେ ଉରୁଗୁଏ ଫୁଟ୍ବଲର୍
ସ୍ଥାନୀୟ ମୋରୁମ୍ବି ଷ୍ଟାଡିୟମ୍ରେ କୋପା ଲିବର୍ଟାଡୋରେସ୍ ରାଉଣ୍ଡ ୧୬ର ମ୍ୟାଚ୍ ବେଳେ ବଡ଼ ଅଘଟଣ ଦେଖିବାକୁ ମିଳିଛି। ସାଓ ପାଓଲୋ ବିପକ୍ଷ ଏହି ମ୍ୟାଚ୍ ବେଳେ ପିଚ୍ରେ ନାସିଓନାଲ ଡିଫେଣ୍ଡର ଜୁଆନ ଇଜ୍କ୍ବିଏରଡୋ ଟଳି ପଡ଼ିଛନ୍ତି।