ହକି ଖେଳାଳିଙ୍କୁ କୋଟିଏ ଲେଖାଏଁ ଦେଲେ ଉତ୍ତରପ୍ରଦେଶ ସରକାର

ଊକ୍ଷ୍ନୌ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଉତ୍ତରପ୍ରଦେଶ ସରକାର ଗୁରୁବାର ସ୍ଥାନୀୟ ଏକନା ଷ୍ଟାଡିୟମ୍‌ରେ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଉପସ୍ଥିତ ଥିବା ଏହି ସମ୍ବର୍ଦ୍ଧନା ଉତ୍ସବରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ୨ କୋଟି, ରୌପ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ରବି ଦାହିଆଙ୍କୁ ୧.୫ କୋଟି ଏବଂ କାଂସ୍ୟ ପଦକ ବିଜୟୀ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, କାଂସ୍ୟ ପଦକ ବିଜୟିନୀ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ, କାଂସ୍ୟ ପଦକ ବିଜୟିନୀ ମୁଷ୍ଟିଯୋଦ୍ଧା ଲଭଲିନା ବର୍ଗୋହାଁଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳିଥିଲା। ସେହିଭଳି କାଂସ୍ୟ ପଦକ ବିଜୟୀ ପୁରୁଷ ହକି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧ କୋଟି ଏବଂ ପ୍ରଥମ ଥର ସେମିଫାଇନାଲ୍ ଖେଳିଥିବା ଭାରତୀୟ ମହିଳା ହକି ଦଳର ସବୁ ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ଦିଆଯାଇଛି। ଉଭୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା।

ସମ୍ବନ୍ଧିତ ଖବର