ଭାଇରାଲ୍ ହେଉଛି ‘ମୁଁ ଇସ୍କୁଲ୍‌ରେ ପଢୁଛି …’

ଭୁବନେଶ୍ୱର: ମୁଁ ଇସ୍କୁଲ୍‌ରେ ପଢ଼ୁଛି…। ମୁଁ ପ୍ରଥମ ଶ୍ରେଣୀରେ ପଢୁଛି…। ମୁଁ କ’ଣ ଶୁଣିଲି ଆମ ଇସ୍କୁଲଟା ଉଠି ଯାଉଛି…? କେହି କ’ଣ ଚିନ୍ତା କରିପାରେ ଯେ ଏହାକୁ ନେଇ ଏକ ଗୀତ ରଚନା କରାଯାଇ ପାରେ। ଆଉ ଏହା ସୋସିଆଲ୍ ମିଡିଆରେ ଏକପ୍ରକାର ଧୁମ୍ ମଚାଇ ପାରେ! କିନ୍ତୁ ଏହା ସମ୍ଭବ ହୋଇଛି। ଗଣମାଧ୍ୟମକୁ ବାଇଟ୍ ଦେଇଥିବା ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଏହି ବାଇଟ୍‌ ଏବେ ୟୁଟ୍ୟୁବ୍, ଫେସ୍‌ବୁକ୍, ଇନଷ୍ଟାଗ୍ରାମ୍ ପରି ସାମାଜିକ ଗଣମଧ୍ୟମରେ ଜୋରଦାର ଭାଇରାଲ୍ ହେଉଛି।

ଏହାକୁ ସ୍ବର ଏବଂ ମ୍ୟୁଜି୍କ୍ ଦେବା ପରେ ଏହା ଆହୁରି ଚର୍ଚ୍ଚିତ ହୋଇଛି। ଗୀତର ନାମ ରହିଛି ‘ମୁଁ ଇସ୍କୁଲ୍‌ରେ ପଢୁଛି…’। କୌତୁକିଆ ଢଙ୍ଗରେ ଗାଉଥିବା ଛୋଟ ପିଲାଟି ପାଇଁ ଗୀତ ଆହୁରି ପସନ୍ଦ ହେଉଛି। ଗୀତଟିକୁ ହ୍ୟୁମାନ ସାଗର ଓ ଜଗନ୍ନାଥ ଦାସ ମହାନ୍ତିଙ୍କ ୬ ବର୍ଷର ପୁଅ ଜଗଦୀଶ ମହାନ୍ତି ଗାଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜେ. ଏନ୍ ପଦ୍ମା ଓ ଗୀତ ଲେଖିଛନ୍ତି ନିଲୁ। ବର୍ତମାନ ସୁଦ୍ଧା ଜଗା ଜେଡି କ୍ରିଏସନ ଚ୍ୟାନେଲରେ ଏହି ଭିଡିଓକୁ ୨୪, ୭୯,୨୭୪ ଜଣ ଦେଖି ସାରିଲେଣି। ଜଗନ୍ନାଥଙ୍କ କହିବା କଥା ଏମିତି ମଜା କରିବା ଉଦ୍ଦେଶ୍ୟରେ ପ୍ରଥମେ ଏକ ୩୦ ସେକେଣ୍ଡର ଭିଡିଓ କରିଥିଲେ। ପରେ ଲୋକେ ଖୁବ୍ ପସନ୍ଦ କରିଥିବାରୁ ଏକ ଗୀତ ବନାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଜଗଦୀଶଙ୍କ ଗାଇବା ଶୈଳୀ ଓ ନାଚିବା ଦେଖି ସମସ୍ତେ ଭିଡିଓକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର