ଦୋହା: ଏଠାରେ ମିଳିତ ଭାବେ ଚାଲିଥିବା ବିଶ୍ବକପ୍ ଏବଂ ଏସୀୟ କପ୍ କ୍ବାଲିଫାୟର ପ୍ରତିଯୋଗିତାରେ ଆସନ୍ତାକାଲି ପଡ଼ୋଶୀ ବାଂଲାଦେଶକୁ ଭେଟିବାକୁ ଯାଉଛି ଭାରତୀୟ ଫୁଟ୍ବଲ୍ ଦଳ। ଏହି ମ୍ୟାଚ୍ ରାତି ୭.୩୦ରେ ଖେଳାଯିବ। ଏପର୍ଯ୍ୟନ୍ତ ଗ୍ରୁପ୍-ଇ’ରେ ୬ ମ୍ୟାଚ୍ ଖେଳିସାରିଥିବା ଭାରତ ବିଜୟ ଶୂନ୍ୟ ରହିଛି। ଏଥି ସହିତ ଗ୍ରୁପ୍ରେ ଚତୁର୍ଥ ସ୍ଥାନରେ ରହିଛି। ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭାରତ ମଧ୍ୟ ବିଶ୍ବକପ୍ ଯୋଗ୍ୟତା ହରାଇ ସାରିଛି। କେବଳ ୨୦୨୩ ଏସୀୟ କପ୍ ଯୋଗ୍ୟତା ଆଶା ବାନ୍ଧିଛି। ସୋମବାରର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବିଜୟ ହିଁ ଭାରତର ଆଶା ଉଜ୍ଜୀବୀତ ରଖିପାରିବ। ଚଳିତ କ୍ବାଲିଫାୟରରେ ଗୁରୁବାର ଇଗୋର ଷ୍ଟିମାକ୍ଙ୍କ ଭାରତୀୟ ଦଳ ୦-୧ ଗୋଲ୍ରେ କାତାର ନିକଟରୁ ହାରିଯାଇଥିଲା। ଯଦି ବାଂଲାଦେଶଠୁ ହାରିଯାଏ ତାହାଲେ ଏସୀୟ କପ୍ ଯୋଗ୍ୟତା ମଧ୍ୟ ହାତଛଡ଼ା ହୋଇଯିବ। ଅବଶ୍ୟ ୧୦୫ତମ ସ୍ଥାନରେ ଥିବା ଭାରତ ସୋମବାର ମୁକାବିଲାରେ ୧୮୪ତମ ସ୍ଥାନରେ ଥିବା ବାଂଲାଦେଶକୁ ପରାସ୍ତ କରିବାର ସମ୍ଭାବନା ଅଧିକ ରହିଛି। କାରଣ ଅତୀତର ପ୍ରଦର୍ଶନରୁ ଦେଖାଯାଇଛି ବିଶ୍ବକପ୍ କ୍ବାଲିଫାୟରରେ ଭାରତ ଦୁଇ ଥର ବାଂଲାଦେଶକୁ ପରାସ୍ତ କରିସାରିଛି। ୧୯୮୫ରେ ୨-୧ ଗୋଲ୍ରେ ଭାରତ ବିଜୟୀ ହୋଇଥିଲା
ପୁଣି ଚଳିତ କ୍ବାଲିଫାୟାରରେ ଗ୍ରୁପ୍-ଇ’ର ଚତୁର୍ଥ ସ୍ଥାନରେ ଥିବାରୁ ଭାରତ ସିଧାସଳଖ ଯୋଗ୍ୟତାରୁ ବଞ୍ଚିତ ହୋଇସାରିଛି। ଏବେ ୮ଟିଯାକ ଗ୍ରୁପ୍ରୁ ଶ୍ରେଷ୍ଠ ୪ ଚତୁର୍ଥ ଦଳ ହିଁ ଯୋଗ୍ୟତା ହାସଲ କରିପାରିବେ। ଚତୁର୍ଥ ସ୍ଥାନରେ ରହିଥିବା ଦଳମାନଙ୍କ ମଧ୍ୟରୁ ୬ ଦଳ ଏବେ ଭାରତଠୁ ଅଧିକ ପଏଣ୍ଟ୍ରେ ରହିଛନ୍ତି। ସେହିଦୃଷ୍ଟିରୁ ସୋମବାର ବାଂଲାଦେଶକୁ ପରାସ୍ତ କରିପାରିଲେ ଭାରତର ସୁଯୋଗ ରହିବ। ସେହିପରି ବାଂଲାଦେଶକୁ ପରାସ୍ତ କଲେ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ୬ ବର୍ଷରେ ଭାରତର ପ୍ରଥମ ବିଜୟ ହେବ। ଶେଷ ଥର ପାଇଁ ୨୦୧୫ ନଭେମ୍ବରରେ ଗୁଆମକୁ ୧-୦ ଗୋଲ୍ରେ ହରାଇଥିଲା ଭାରତ। ୨୦୧୮ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ସେହି ମ୍ୟାଚ୍ ବାଙ୍ଗାଲୋରରେ ଖେଳାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f46h54sf65h456shffffffffffffffffffffffffffffff.jpg)