ବାରବାଟୀରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ
କଟକ: ବାରବାଟୀରେ ୧୦୧ ରନ୍ର ବୃହତ୍ ବିଜୟ ସହ ଭାରତ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ନେଇନାହିଁ, ବିଶ୍ବକପ୍ ପ୍ରସ୍ତୁତିର ବିଗୁଲ ବି ଓଡ଼ିଶା ମାଟିରୁ ବଜାଇଛି। ହାର୍ଦିକ ପାଣ୍ଡ୍ୟାଙ୍କ ମନୋରଂଜନଭରା ଅର୍ଦ୍ଧଶତକ ପରେ ବୋଲର୍ଙ୍କ ମିଳିତ ପ୍ରୟାସ ବଳରେ ଏହି ସ୍ମରଣୀୟ ବିଜୟ ମିଳିଛି। ବାରବାଟୀରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ପୂର୍ବ ଦୁଇ (୨୦୧୫ ଓ ୨୦୨୨) ଟ୍ବେଣ୍ଟି-୨୦ ମ୍ୟାଚ୍ ହାରିଥିବାରୁ ଭାରତ ଏହି ଅଲୋଡ଼ା ଧାରାରେ ବିରାମ ଲଗାଇଛି। ଏହି ଐତିହାସିକ ପଡ଼ିଆରେ ବି ଭାରତର ଟ୍ବେଣ୍ଟି-୨୦ ପ୍ରଦର୍ଶନ ୨-୨ ସ୍ଥିତିକୁ ଚାଲିଆସିଛି। ଭାରତର ୧୭୫ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୭୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଯାହାକି ଭ୍ରମଣକାରୀ ଦଳର ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍।
Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ
ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ରେ ହରାଇଲା ଭାରତ
ହାର୍ଦିକ ପାଣ୍ଡ୍ୟା ଓ ବୋଲର ଦେଲେ ଏକତରଫା ବିଜୟ
ବାରବାଟୀରେ ଭାରତ ଭାଙ୍ଗିଲା ପରାଜୟ ଧାରା
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାୱାର ପ୍ଲେ ଭିତରେ ୪୦ ରନ୍ରେ ୨ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୨ ରନ୍, ୧୧ ବଲ୍) ଏବଂ ଉପଅଧିନାୟକ ଶୁବମନ ଗିଲ୍ (୪ ରନ୍, ୨ ବଲ୍) ପ୍ରଥମ ୧୬ ବଲ୍ ଭିତରେ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଦୁଇ ଯୁବ ତାରକା ଅଭିଷେକ ଶର୍ମା (୧୭ ରନ୍, ୧୨ ବଲ୍) ଏବଂ ତିଳକ ବର୍ମା (୨୬ ରନ୍, ୩୨ ବଲ୍) ବି ନିଜନିଜ ପାଳିକୁ ଆଗକୁ ବଢ଼ାଇ ପାରି ନଥିଲେ। ଅକ୍ଷର ପଟେଲ୍ (୨୪ ରନ୍, ୨୩ ବଲ୍) ମଧ୍ୟ ସମାନ ଧାରାରେ ସାମିଲ ହୋଇଥିଲେ। ପଞ୍ଚମ ୱିକେଟ୍ ପର୍ଯ୍ୟନ୍ତ ଭାରତର ୱିକେଟ୍ ପତନ ବାଉଣ୍ଡରି (ଚୌକା/ଛକା) ପରେ ପଡ଼ିବା ମଧ୍ୟ ଭାରତର ପାଳିକୁ ଉତ୍ଥାନ ଓ ପତନ ପଥରେ ରଖିଥିଲା। ଅଭିଜ୍ଞ ହାର୍ଦିକ ପାଣ୍ଡ୍ୟାଙ୍କ ଆଗମନ ପରେ ଭାରତର ପାଳି ଗତିଶୀଳ ହୋଇଥିଲା।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
ତିନିଟି ଛୋଟ ଛୋଟ ଭାଗୀଦାର ବଳରେ ସେ ୯୭ ରନ୍ ଯୋଡ଼ିବା ଭାରତକୁ ୧୭୫ ରନ୍ର ଆହ୍ବାନଭରା ସ୍କୋର୍ ଦେଇଥିଲା। ବିଶେଷ କରି ଜିତେଶ ଶର୍ମା (୫ ବଲ୍ରୁ ୧୦* ରନ୍)ଙ୍କୁ ସାଥୀ କରି ପାଣ୍ଡ୍ୟା ଅତୁଟ ସପ୍ତମ ୱିକେଟ୍ରେ ୧୭ ବଲ୍ରୁ ୩୮ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା। ପ୍ରଥମ ୩ ବଲ୍ରୁ ଲଙ୍ଗ୍ ଅନ୍ ଉପରେ ଦୁଇଟି ଛକା ମାରି ଅଭିଯାନ ଆରମ୍ଭ କରିଥିବା ହାର୍ଦିକ ୨୫ ବଲ୍ରୁ ୫୦ ରନ୍ ପୂର୍ଣ୍ଣ କରିଥିଲେ। ଶେଷକୁ ୨୮ ବଲ୍ରୁ ୫୯* ରନ୍ କରି ଅପରାଜିତ ରହିଥିଲେ। ଏହି ସମ୍ମାନରକ୍ଷାକାରୀ ପାଳିରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ୩, ଲୁଥୋ ସିପାମ୍ଲା ୨ ଓ ଡୋନୋଭାନ୍ ଫେରେରା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/10/india-2025-12-10-01-29-23.jpg)