ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବାଳକ ଅଭିମନ୍ୟୁ ମିଶ୍ର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡ୍‌ମାଷ୍ଟର ହେବାରେ ଇତିହାସ ରଚିଛନ୍ତି। ବୁଧବାର ହଙ୍ଗେରିର ବୁଦାପେଷ୍ଟଠାରେ ନିଜର ତୃତୀୟ ଗ୍ରାଣ୍ଡ୍‌ମାଷ୍ଟର ନର୍ମ ହାସଲ କରି ଅଭିମନ୍ୟୁ ‌ଚେସ୍‌ ଇତିହାସରେ ଏଭଳି କୀର୍ତ୍ତିମାନ ପାଇଛନ୍ତି। ଆମେରିକାର ନ୍ୟୁଜର୍ସିରେ ରହୁଥିବା ଏହି ୧୨ ବର୍ଷ ବୟସ୍କ ବାଳକ ୨୫୦୦ ୟେଲୋ ରେଟିଂ ମାନଦଣ୍ଡ ଅତିକ୍ରମ କରି ଆନ୍ତର୍ଜାତିକ ମାଷ୍ଟର ପକ୍ଷରୁ ଗ୍ରାଣ୍ଡମାଷ୍ଟର ବିବେଚିତ ହୋଇଛନ୍ତି।

Advertisment

ଏଥି ସହିତ ଅଭିମନ୍ୟୁ ମଧ୍ୟ ସର୍ଗି କାର୍ଜାକିନ୍‌ଙ୍କ ନାମରେ ୧୯ ବର୍ଷ ଧରି ଅତୁଟ ରହିଥିବା କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ୨୦୦୨ ଅଗଷ୍ଟ ମାସରେ କାର୍ଜାକିନ୍‌ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ। ସେତେବେଳେ ତାଙ୍କୁ ୧୨ ବର୍ଷ ୭ ମାସ ବୟସ ହୋଇଥିଲା। କିନ୍ତୁ ୨୦୦୯ ଫେବ୍ରୁଆରି ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଅଭିମନ୍ୟୁ ୧୨ ବର୍ଷ ୪ ମାସ ୨୫ ଦିନ ବୟସରେ ଇତିହାସ ରଚିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଅଭିମନ୍ୟୁ ବୁଦାପେଷ୍ଟରେ କିଛି ମାସ ଅତିବାହିତ କରିଥିଲେ। ସେଠାରେ ସେ ଲାଗ ଲାଗ ପ୍ରତିଯୋଗିତା ଖେଳି ଟ୍ରଫି ଓ ରେକର୍ଡ ସାଉଁଟିଛନ୍ତି।