କଟକ: ବାରବାଟୀ ଷ୍ଟାଡିୟମରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଓଡ଼ିଶା ମାନବାଧିକାର କମିସନଙ୍କ ନିକଟରେ ଏଭଳି ତଥ୍ୟ ରଖିଛନ୍ତି କଟକ ଡିସିପି। ତେବେ ଜୁନ୍ ୧୨ ତାରିଖରେ ଭାରତ -ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ଏହି ତଥ୍ୟରେ ଉଲ୍ଲେଖ କରିଛନ୍ତି। ଡିସିପି ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଓସିଏ ପକ୍ଷରୁ ଘରୋଇ ସ˚ସ୍ଥାକୁ ଅଗ୍ନି ନିର୍ବାପକ ସାମଗ୍ରୀ ଯୋଗାଇ ଦେବାକୁ ଦାୟିତ୍ବ ଦିଆଯାଇଛି। ଏହି ସ˚ସ୍ଥା ଫାୟାର ଟେଣ୍ତର, ଫାୟାର ବଲ୍, ଫାୟାର ବ୍ଲାଙ୍କେଟ, ଅଗ୍ନି ନିର୍ବାପକ ଯନ୍ତ୍ର, ଦମକଳ କର୍ମଚାରୀ ଓ ସୁପରଭାଇଜର ଇଦ୍ୟାଦି ଯୋଗାଇଦେବ। ଏସବୁ ବାଦ୍ ଅନ୍ଲାଇନ୍ରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସ˚ଗ୍ରହ କରିବା ପାଇଁ ଓସିଏ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଡିସିପି ତାଙ୍କ ରିପୋର୍ଟରେ କହିଛନ୍ତି। ଓସିଏ ଏବଂ ଡିସିପିଙ୍କ ରିପୋର୍ଟକୁ ଗ୍ରହଣ କରି ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୧ ତାରିଖରେ ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍ ଅନ୍ଲାଇନ୍ ମାଧ୍ୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଅବେଦନକୁ ଆଧାର କରି ଓଡ଼ିଶା ଅଗ୍ନିଶମ ସେବାର ଏକ ଟିମ୍ ଗତ ୨୧ ଓ ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଥିଲା। ନିୟମ ଅନୁସାରେ ସମସ୍ତ ପ୍ରକାରର ନିରାପତ୍ତା ପଦକ୍ଷେପ ନିଆଯାଇଛି କି ନାହିଁ, ତାହା ତଦାରଖ କରାଯାଇଥିଲା। ପରିଦର୍ଶନ ସମୟରେ ଷ୍ଟାଡିୟମ ଭିତରେ ଅଗ୍ନି ନିରାପତ୍ତା ସ˚ପର୍କିତ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ତେଣୁ ଆବେଦନକାରୀଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଉକ୍ତ ତ୍ରୁଟିଗୁଡ଼ିକ ଉପରେ ଜୁଲାଇ ୨୪ ତାରିଖ ସୁଦ୍ଧା ଜବାବ ଦେବାକୁ କୁହାଯାଇଛି। ସନ୍ତୋଷଜନକ ଜବାବ ପାଇବା ପରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦିଆଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଡିସିପିଙ୍କୁ ଅବଗତ କରାଯାଇଛି।
ମାମଲାର ବିବରଣୀ ଅନୁଯାୟୀ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଉକ୍ତ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରାଜ୍ୟ ସରକାର ଦର୍ଶକଙ୍କୁ ଆସିବାକୁ ଅନୁମତି ଦେଇଛନ୍ତି। ହେଲେ ଦର୍ଶକଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମରେ କେତେକ ବାଧ୍ୟତାମୂଳକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଆବେଦନକାରୀ ନିଶିକାନ୍ତ ମିଶ୍ର ମାନବାଧିକାର କମିସନଙ୍କୁ ଜଣାଇଥିଲେ। ଏଠାରେ ପାଖାପାଖି ୪୪ ହଜାର ଦର୍ଶକ ବସିବା କ୍ଷମତା ରହିଛି। ଦର୍ଶକଙ୍କ ସୁରକ୍ଷା ପାଇଁ ସେଠାରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏ ସ˚କ୍ରାନ୍ତରେ ମାନବାଧିକାର କର୍ମୀ ଶ୍ରୀ ମିଶ୍ର ପୂର୍ବରୁ ସେଣ୍ଟ୍ରାଲ ରେଞ୍ଜ୍ ଅଗ୍ନିଶମ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଥିଲେ। ଯେଉଁଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଓସିଏକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବାକୁ ଆବେଦନ କରିବା ପାଇଁ କୁହାଯାଇଥିଲା। କ୍ରିକେଟ ମ୍ୟାଚ ବେଳେ ଦର୍ଶକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ମ୍ୟାଚ୍ ପାଇଁ କ’ଣ କ’ଣ ବ୍ୟବସ୍ଥା କରାଯାଉଛି ତାହା ଉପରେ ନିଜ ନିଜର ରିପୋର୍ଟ ପ୍ରଦାନ କରିବାକୁ କଟକ ଡିସିପି ଓ ଓସିଏ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/barabati.jpg)