ଭୁବନେଶ୍ବର: ଅନ୍ତର୍ଜାତୀୟ ସଫଳତା ଲାଗି ଓଡ଼ିଶାର ଦୁଇ ତାରକା କ୍ରୀଡ଼ାବିତ୍‌ ପ୍ରଣତି ନାୟକ ଓ ମନ୍ନତା ମିଶ୍ରଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ଏଏମ୍‌ଏନ୍‌ଏସ୍‌/ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଥିବା ପ୍ରଣତି, କାଇରୋରେ ଆୟୋଜିତ ଏଫ୍‌ଆଇଜି ବିଶ୍ବକପ୍‌ରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ସେହିପରି ଓଡ଼ିଶା ଆଇଆଇଏସ୍‌ ସନ୍ତରଣ ଏଚ୍‌ପିସିର ମନ୍ନତା ପ୍ରଥମ ବିଆଇଏମ୍‌ଏସ୍‌ଟିଇସି ଆକ୍ବାଟିକ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ଏହା ମନ୍ନତାଙ୍କ ପ୍ରଥମ ଅନ୍ତର୍ଜାତୀୟ ପଦକ ଥିଲା। ଏହି ସଫଳତା ଲାଗି ପ୍ରଣତିଙ୍କୁ ୫ଲକ୍ଷ ଏବଂ ମନ୍ନତାଙ୍କୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।