ମୁମ୍ବାଇ: ଏସିଆ କପ୍ ସେପ୍ଟେମ୍ବର ୯ ରୁ ଆରମ୍ଭ ହେବାକୁ ଯାଉଛି। ସେହି ସମୟରେ, ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ, ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ସ୍ପଷ୍ଟ କରିଛି ଯେ ରିଜର୍ଭରେ ରଖାଯାଇଥିବା ୫ ଜଣ ଖେଳାଳି ଟିମ୍ ଇଣ୍ଡିଆ ସହିତ ୟୁଏଇ ଯିବେ ନାହିଁ। ଏବେ କେବଳ ୧୫ ଜଣିଆ ଚୂଡ଼ାନ୍ତ ଦଳ ଦୁବାଇ ଯିବେ। ଏହି ୫ ଜଣ ଖେଳାଳି ହେଲେ ଯଶସ୍ବୀ ଜୟସ୍ବାଲ, ପ୍ରସିଦ୍ଧ କୃଷ୍ଣ, ଧ୍ରୁବ ଜୁରେଲ, ଓ୍ବାସିଂଟନ ସୁନ୍ଦର ଓ ରିୟାନ ପରାଗ ।
ରିପୋର୍ଟ ଅନୁଯାୟୀ, ବିସିସିଆଇ ସ୍ପଷ୍ଟ କରିଛି ଯେ ଦଳର ୫ ଜଣ ରିଜର୍ଭ ଖେଳାଳି ଭାରତୀୟ ଦଳ ସହିତ ୟୁଓଇ ଯିବେ ନାହିଁ। ସେହି ଖେଳାଳିମାନଙ୍କୁ କେବଳ ସେତେବେଳେ ୟୁଓଇ ପଠାଯିବ ଯେତେବେଳେ ଭାରତୀୟ ଦଳକୁ ବଦଳ ଭାବରେ କାହାକୁ ଆବଶ୍ୟକ ହେବ।
ରିପୋର୍ଟ ଅନୁଯାୟୀ, ବିସିସିଆଇ ସ୍ପଷ୍ଟ କରିଛି ଯେ ଦଳର ୫ ଜଣ ରିଜର୍ଭ ଖେଳାଳି ଭାରତୀୟ ଦଳ ସହିତ ୟୁଓଇ ଯିବେ ନାହିଁ। ସେହି ଖେଳାଳିମାନଙ୍କୁ କେବଳ ସେତେବେଳେ ୟୁଓଇ ପଠାଯିବ ଯେତେବେଳେ ଭାରତୀୟ ଦଳକୁ ବଦଳ ଭାବରେ କାହାକୁ ଆବଶ୍ୟକ ହେବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କମ୍ ଲୋକଙ୍କ ସହିତ ଯାତ୍ରା କରିବାର ପ୍ରାଥମିକତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଭାରତୀୟ ଦଳ ୧୦ ସେପ୍ଟେମ୍ବରରେ ୟୁଏଇ ବିରୋଧରେ ନିଜର ପ୍ରଥମ ମ୍ୟାଚ ଖେଳିବ । ସେହିପରି ୧୪ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ ଓ ୧୯ ତାରିଖରେ ଓମାର ବିରୋଧରେ ଖେଳିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/30/asia-cup-2025-08-30-22-35-46.jpg)