ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯିବ ଓଡିଆଇ ବିଶ୍ବକପ। ଅକ୍ଟୋବର ୫ରୁ ଓଡିଆଇ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ୪୬ଟି ମ୍ୟାଚ୍ ୧୨ଟି ସହରରେ ଖେଳାଯିବ। ଏଥିମଧ୍ୟରେ ଅହମ୍ମଦାବାଦ, ଲକ୍ଷ୍ନୌ, ମୁମ୍ବାଇ, ରାଜକୋଟ, ବେଙ୍ଗାଲୁରୁ, ଦିଲ୍ଲୀ, ଇନ୍ଦୋର, ଗୌହାଟି ଏବଂ ହାଇଦ୍ରାବାଦ ଅନ୍ତର୍ଭୁକ୍ତ। ପାକିସ୍ତାନ ମଧ୍ୟ ବିଶ୍ବକପ ପାଇଁ ଭାରତ ଆସିବାର ଯୋଜନା ଥିବା ବେଳେ ଭାରତର ୨ଟି ସହରରେ ପାକିସ୍ତାନ ସୁରକ୍ଷିତ ଅନୁଭବ କରେ ବୋଲି ଜଣାପଡ଼ିଛି। ସେଇ ୨ଟି ସହର ହେଲା, ଚେନ୍ନାଇ ଓ କୋଲକାତା।
ପୂର୍ବରୁ ପାକିସ୍ତାନର ଭାରତ ଏହି ୨ଟି ସହରରେ ଖେଳିବାକୁ ପସନ୍ଦ କରିଥିବା ସାମ୍ନାକୁ ଆସିଛି। ତେବେ ପାକିସ୍ତାନ କେଉଁ ସହରରେ ମ୍ୟାଚ୍ ଖେଳିବ ତା’ର ନିଷ୍ପତ୍ତି ନେବେ ବିସିସିଆଇ ଓ ଭାରତ ସରକାର। ହେଲେ ପାକିସ୍ତାନ, ଚେନ୍ନାଇ ଓ କୋଲକାତାରେ ମ୍ୟାଚ୍ ଖେଳିବାକୁ ପସନ୍ଦ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
୨୦୧୧ ମସିହାରେ ମୋହାଲିରେ ଭାରତ ବିପକ୍ଷରେ ପାକିସ୍ତାନ ସେମିଫାଇନାଲ ମ୍ୟାଚ୍ ଖେଳିଥିଲା। ପାକିସ୍ତାନର ପ୍ରଶଂସକମାନେ ଷ୍ଟାଡିୟମକୁ ଆସିବା ସହଜ ହେବ ବୋଲି ମୋହାଲିରେ ସେମିଫାଇନାଲ କରାଯାଇଥିଲା। କିନ୍ତୁ, ଏଥର ମୋହାଲି ବିସିସିଆଇର ବିଶ୍ୱକପ ସ୍ଥାନ ତାଲିକାରେ ନାହିଁ। ତେଣୁ ପକିସ୍ତାନ କେଉଁ ସହରରେ ମ୍ୟାଚ ଖେଳିବ, ତା’ଉପରେ ସମସ୍ତଙ୍କ ନଜର ରହିଛି।