ସେମାନେ ପ୍ରକୃତ ଭାରତୀୟ ନୁହନ୍ତି : ବିଶ୍ବକପ ପରାଜୟ ପରେ ହୋଇଥିବା ସମାଲୋଚନାକୁ ନେଇ ମୁହଁ ଖୋଲିଲେ ସାମି

ମୁମ୍ବାଇ : ଗତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ପାକିସ୍ତାନଠାରୁ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ ହେବା ପରେ କିଛି ଲୋକ ସୋସିଆଲ ମିଡିଆରେ ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଟାର୍ଗେଟ୍ କରିଥିଲେ । ଏହା ସହିତ ତାଙ୍କ ଧର୍ମକୁ ନେଇ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ଏହି ଘଟଣାକୁ ନେଇ ସେବେଠାରୁ ନିରବ ଥିବା ସମ୍ମି ଏବେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଏପରି କାମ କରୁଥିବା ଲୋକମାନେ ପ୍ରକୃତ ଭାରତୀୟ ନୁହଁନ୍ତି ଅଥବା ପ୍ରକୃତ କ୍ରିକେଟପ୍ରେମୀ ନୁହଁନ୍ତି । ଏଣୁ ସେମାନଙ୍କ ଉପରେ ସେ ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଧର୍ମକୁ ନେଇ ଟାର୍ଗେଟ୍ କରନ୍ତି ସେମାନେ ପ୍ରକୃତ ଭାରତୀୟ ହୋଇ ନ ପାରନ୍ତି । ପୁଣି ଖେଳାଳିଙ୍କୁ ଯଦି ନିଜର ହିରୋ ବୋଲି ଭାବ ଓ ସେମାନଙ୍କୁ ଏପରି ବ୍ୟବହାର କର, ତେବେ ତୁମେ ଜଣେ ଭାରତୀୟ ସମର୍ଥକ ନୁହଁ ।

ବିଶ୍ବକପ ରେ ଭାରତ ପାକିସ୍ତାନଠାରୁ ୧୦ ଓ୍ବିକେଟରେ ପରାସ୍ତ ହୋଇଥିଲା । ଏହା ପରେ କେତେକ ଲୋକ  ସାମିଙ୍କୁ ଟାର୍ଗେଟ କରିଥିଲେ । ତାଙ୍କୁ କରାଯାଇଥିବା ଟ୍ରୋଲ ପରେ, ଦେଶର ପ୍ରମୁଖ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗ, ଭିଭିଏସ ଲକ୍ଷ୍ମଣ ପ୍ରମୁଖ ସାମିଙ୍କ ସମର୍ଥନରେ ବାହାରିଥିଲେ । ସେହିପରି ସେତେବେଳେ ଟିମର ଅଧିନାୟକ ଥିବା ବିରାଟ କୋହଲି ମଧ୍ୟ ସମାଲୋଚକମାନଙ୍କୁ ଦୃଢ ଜବାବ ଦେଇଥିଲେ ।

 

ସମ୍ବନ୍ଧିତ ଖବର