ମୋତେ ପାକିସ୍ତାନରେ ମ୍ୟାଚ୍‌ ଫିକ୍ସର କହନ୍ତି, ଭାରତରେ ପ୍ରଶଂସା ମିଳେ: ଆକ୍ରମ

କରାଚୀ: ପାକିସ୍ତାନର ଏବେକାର ସୋସିଆଲ୍ ମିଡିଆ ପିଢ଼ି ମୋତେ ମ୍ୟାଚ୍‌ ଫିକ୍ସର ଭାବେ ବିବେଚନା କରନ୍ତି, କାରଣ ସେମାନେ ବାସ୍ତବତାକୁ ଭଲ ଭାବେ ଜାଣିନାହାନ୍ତି। ଭାରତ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡରେ କିନ୍ତୁ ମୋତେ ସର୍ବଦା ବିଶ୍ବର ଜଣେ ‌ଶ୍ରେଷ୍ଠ ବୋଲର ଏବଂ ବିଶ୍ବ ଏକାଦଶର ସଦସ୍ୟ ଭାବେ ବିବେଚନା କରିଥାନ୍ତି। ଏଭଳି କଥା କହିଛନ୍ତି କିଂବଦନ୍ତି କ୍ରିକେଟର୍‌ ୱାସିମ୍ ଆକ୍ରମ। ମୁଁ ଏବେ ଜୀବନର ସେହି ସବୁ ସମୟ ଅତିକ୍ରାନ୍ତ କରି ସାରିଛି, ଯେତେବେଳେ ମୁଁ ଲୋକଙ୍କ ପାଇଁ ଚିନ୍ତିତ ହେବାକୁ ପଡ଼ୁଥିଲା।

ନିଜ ଆତ୍ମଜୀବନୀ ‘ସୁଲତାନ ୱାସିମ୍ ଆକ୍ରମ’ର ଉନ୍ମୋଚନ ଉତ୍ସବ ଅବସରରେ ଆକ୍ରମ ଏଭଳି ଅନୁଭବର କଥା କହି ପୁଣି ଥରେ ପାକିସ୍ତାନୀ ଯୁବ ପିଢ଼ିଙ୍କ ରୋଷର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ୧୯୯୦ ଦଶକରେ ପାକିସ୍ତାନର ଦ୍ରୁତ ବୋଲର ଅତା ଉର୍ ରହମାନ ଅଭିଯୋଗ କରିଥିଲେ ଆକ୍ରମ ତାଙ୍କୁ ଅର୍ଥ ଯାଚି ମ୍ୟାଚ୍‌ ଫିକ୍ସିଂ ପାଇଁ କହୁଛନ୍ତି। ଆହତର ବାହାନା କରି ସେ ୧୯୯୬ ବିଶ୍ବକପ୍‌ରେ ଭାରତ ବିପକ୍ଷ କ୍ବାର୍ଟରଫାଇନାଲ୍‌ ଖେଳିନଥିଲେ‌ ବୋଲି ମଧ୍ୟ ଗୁଜବ ହୋଇଥିଲା। ପରବର୍ତୀ ସମୟରେ କିନ୍ତୁ ଏସବୁ ଅଭିଯୋଗ ଭୁଲ ପ୍ରମାଣିତ ହୋଇଥିଲା ଏବଂ ରହମାନ ଆଜୀବନ ବାସନ୍ଦ ହୋଇଥିଲେ।

ସମ୍ବନ୍ଧିତ ଖବର