ମସ୍କୋ: ଚଳିତ ଫିଫା ବିଶ୍ୱକପ୍ରେ ଚୋରଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଚୋରଙ୍କ ଶିକାର ହୋଇଛନ୍ତି କଲମ୍ବିଆ ପପ୍ ଷ୍ଟାର୍ ମଲୁମା। ପାଶ୍ଚାତ୍ୟ ସଙ୍ଗୀତରେ ଅନ୍ୟତମ ପ୍ରମୁଖ ନାମ ମଲୁମା ବିଶ୍ୱକପ୍ ଦେଖିବା ପାଇଁ ସଂପ୍ରତି ରୁଷିଆରେ ଅବସ୍ଥାନ କରୁଛନ୍ତି। ସେ କ୍ରେମ୍ଲିନ୍ ନିକଟସ୍ଥ ଫୋର୍ ସିଜନ୍ସ ହେଟେଲରେ ରହୁଛନ୍ତି। ତେବେ ମସ୍କୋ ରେଡ୍ ସ୍କୋୟାର ନିକଟରେ ଏହି ପପ୍ କଣ୍ଠଶିଳ୍ପୀଙ୍କ ହୋଟେଲ ରୁମ୍ରୁ ତାଙ୍କର ପ୍ରାୟ ୫୦ ମିଲିୟନ୍ ରୁବେଲ୍ (ଆନୁମାନିକ ୭୮୫,୦୦୦ ଡଲାର) ମୂଲ୍ୟର ସମ୍ପତ୍ତି ଚୋରି ହୋଇଯାଇଛି। ସେ ଜାପାନ ବିପକ୍ଷ କଲମ୍ବିଆ ମ୍ୟାଚ୍ (ମଙ୍ଗଳବାର) ଦେଖିବାକୁ ସରଂସ୍କ ଯାଇଥିଲା ବେଳେ ହୋଟେଲ ରୁମ୍ରୁ ଚୋରି ହୋଇଥିଲା। ଜଣେ ଦୁର୍ବୃତ୍ତ ହୋଟେଲ ରୁମ୍ରେ ପଶି ଚୋରି କରିଥିବା ମଙ୍ଗଳବାର ପୁଲିସ୍ କହିଛି। ଚୋରି ସମ୍ପତ୍ତି ମଧ୍ୟରେ ମାଲୁମାଙ୍କର ଏକ ଲୁଇସ୍ ଭୁଇଟନ୍ ବ୍ୟାଗ୍, ୧୧ଟି ବିଳାଶପୂର୍ଣ୍ଣ ଘଣ୍ଟା, ବିଭିନ୍ନ ପ୍ରକାରର ଅଳଙ୍କାର ସାଙ୍ଗକୁ ଉଭୟ ହୀରା ଓ ମୋତିର ୧୦ ଚଷମା ରହିଛି। ମସ୍କୋ ପୁଲିସ୍ ଏହି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ତଦନ୍ତ ଆରମ୍ଭ ହୋଇଯାଇଥିବାରୁ ହୋଟେଲର ମୁଖପାତ୍ର ଅଧିକ କିଛି କହିବାକୁ ମନା କରିଛନ୍ତି। ଆମେ ଆମର ଅତିଥିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାଏ। ହେଲେ ଏପରି ଘଟଣା ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲୁ ବୋଲି ମୁଖପାତ୍ର ଜଣକ କହିଛନ୍ତି। ତେବେ ଗୋଟିଏପଟେ ତାଙ୍କର ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଯିବା ସାଙ୍ଗକୁ ସେପଟେ କଲମ୍ବିଆ ୧-୨ ଗୋଲ୍ରେ ଜାପାନ ନିକଟରୁ ହାରିଯିବା ମଲୁମାଙ୍କୁ ଅଧିକ ବ୍ୟଥିତ କରିଛି।
ପପ୍ ଷ୍ଟାର୍ଙ୍କଠୁ ଚୋରି
/sambad/media/post_attachments/wp-content/uploads/2018/06/Colombian-singer-Maluma-robbed-in-Moscow-hotel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)