ତୃତୀୟ ଅନ୍‌ଲାଇନ୍‌ ଏସ୍‌ଆର୍‌ ଚେସ୍‌, ନିପୁନ ଆଦିତ୍ୟ ବିଜେତା

ଭୁବନେଶ୍ବର: ଲକ୍‌ଡାଉନ୍ ପ୍ରଭାବରେ ଅବିଚଳିତ ଏସ୍‌ଆର୍‌ ଚେସ୍ କେନ୍ଦ୍ର ପକ୍ଷରୁ ତୃତୀୟ ଅନ୍‌ଲାଇନ୍ ଚେସ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶ ବିଦେଶରୁ ୪୬ ଜଣ ଭାଗ ନେଇଥିବା ଏହି ୫ ରାଉଣ୍ଡ୍ ବିଶିଷ୍ଟ ପ୍ରତିଯୋଗିତାରେ ରାଜ୍ୟ ବଧିର ବିଜେତା ଭୁବନେଶ୍ବରର ଉଦୀୟମାନ ଖେଳାଳି ନିପୁନ ଆଦିତ୍ୟ ମହାନ୍ତି ୫ ରାଉଣ୍ଡରୁ ୫ ପଏଣ୍ଟ୍ ସହ ଶ୍ରେ‌ଷ୍ଠ ବିବେଚିତ‌ ହୋଇଛନ୍ତି। ନିଖିଲ ସାହୁ, ସତ୍ୟଜିତ ପଟ୍ଟନାୟକ, ଧୀର ଚାୱଲା (ଦକ୍ଷିଣ ଆଫ୍ରିକା) ସମାନ ୪ ପଏଣ୍ଟ ଲେଖାଏଁ ପାଇ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ। ଶିବାଂଶ ମିଶ୍ର (ହାଇଦ୍ରାବାଦ), ଅନୂଜ ସୁବୁଦ୍ଧି, ତେଜାସ ଲୋହାନି, ସଂଜୟ ପଟ୍ଟନାୟକ, ସାଇ ଅମ୍ରିତ ପରିଜା, କୌଶିକ ପାଣିଗ୍ରାହୀ (ସମସ୍ତେ ୩.୫ ପଏଣ୍ଟ) କ୍ରମାନ୍ବୟରେ ପଞ୍ଚମରୁ ଦଶମ ସ୍ଥାନରେ ରହିଥିଲେ।‌ ଚେସ୍‌ ଗୁରୁ ସତ୍ୟରଂଜନ ପଟ୍ଟନାୟକଙ୍କ ସହିତ ଡକ୍ଟର ମାନସ ରଂଜନ ମିଶ୍ର ଏବଂ ସତ୍ୟଜିତ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର