ତୃତୀୟ ଟି-୨୦: ପାୱେଲଙ୍କ ଶତକ, ଇଂଲଣ୍ଡକୁ ପୁଣି ହରାଇଲା ଇଣ୍ଡିଜ୍‌

ବ୍ରିଜ୍‌ଟାଉନ୍‌: ରୋଭମାନ ପାୱେଲ (୧୦୭ ରନ୍‌, ୫୩ ବଲ୍‌, ୧୦ ଛକା, ୪ ଚୌକା)ଙ୍କ ବିସ୍ଫୋରକ ଶତକ ଏବଂ ନିକୋଲାସ ପୂରନ (୭୦, ୪୩ ବଲ୍‌, ୫ ଛକା, ୪ ଚୌକା)ଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟ୍‌ଇଣ୍ଡିଜ୍‌ ବୁଧବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌କୁ ୨୦ ରନ୍‌ରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ଘରୋଇ ଇଣ୍ଡିଜ୍‌ ୨-୧ରେ ଆଗୁଆ ରହିଛି। ପ୍ରଥମ ଟି-୨୦ରେ ଇଣ୍ଡିଜ୍‌ ୯ ୱିକେଟ୍‌ରେ ଜିତିଥିଲା ବେଳେ ଦ୍ବିତୀୟରେ ଇଂଲଣ୍ଡ ୧ ରନ୍‌ରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ପାୱେଲ ଓ ପୂରନଙ୍କ ଶତକୀୟ (୧୨୨ ରନ୍‌) ତୃତୀୟ ୱିକେଟ୍‌ ଭାଗୀଦାରି ବଳରେ ୱେଷ୍ଟଇଣ୍ଡିଜ୍‌ ୨୨୪/୫ କରିଥିଲା। ଜବାବରେ ଇଂଲଣ୍ଡ ୯ ୱିକେଟ୍‌ ହରାଇ ୨୦୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଟମ୍‌ ବାଟନ (୭୩, ୩୯ ବଲ୍‌, ୬ ଛକା, ୩ ଚୌକା) ଓ ଫିଲ୍‌ ସଲ୍ଟ (୫୭, ୨୪ ବଲ୍‌, ୫ ଛକା, ୩ ଚୌକା) ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଇଣ୍ଡିଜ୍‌ ପକ୍ଷରୁ ରୋମାରିଓ ସେଫର୍ଡ ୩ ଓ ଅଧିନ‌ାୟକ କିରନ ପୋଲାର୍ଡ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ପାୱେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର