ରୋହିତ ଶର୍ମାଙ୍କ ଆଉଟ୍କୁ ନେଇ ଜୋର ଧରିଲା ଚର୍ଚ୍ଚା : ସୋସିଆଲ ମିଡ଼ିଆରେ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଟାହିଟାପରା କଲେ ପ୍ରଂଶସକ
ନୂଆଦିଲ୍ଲୀ : ଗୁରୁବାର ୱେଷ୍ଟଇଣ୍ଡିଜ୍ – ଭାରତ ମୁକାବିଲାରେ ବିବାଦୀୟ ଢଙ୍ଗରେ ଆଉଟ୍ ହୋଇଥିଲେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା । ରୋଚଙ୍କ ବୋଲିଂରେ କଟ୍ ବିହାଇଣ୍ଡ ଘୋଷଣା କରିଥିଲେ ଥାର୍ଡ ଅମ୍ପାୟାର। ତେବେ ଆଜି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଫଟୋ ପକାଇବା ସେ ନଟ୍ ଆଉଟ୍ ଥିଲେ ବୋଲି ଉଲ୍ଲେଖ କରିଛନ୍ତି ରୋହିତ। ହିଟ୍ ମ୍ୟାନଙ୍କ ଏହି ଟ୍ୱିଟ୍ ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଆଉଟକୁ ନେଇ କ୍ରିକେଟ୍ ଫ୍ୟାନ୍ ଯେତିକି ନିରାଶ ଥିଲେ, ତାଠୁ ଅଧିକ ସନ୍ଦିହାନ ଥିଲେ। କାରଣ, ରିଭ୍ୟୁ ନେଲା ବେଳେ ଥାର୍ଡ ଅମ୍ପାୟର ଯେଉଁ ଚିତ୍ର ଦେଖୁଥିଲେ, ଟିଭି ପରଦାରେ ସେହି ସମାନ ଚିତ୍ର ଦର୍ଶକ ଦେଖୁଥିଲେ। ହେଲେ ସମସ୍ତଙ୍କ ଆଖିରେ ଧୂଳି ଦେଲା ଭଳି ନିଷ୍ପତି ଦେଇଥିଲେ ଥାର୍ଡ ଅମ୍ପାୟର ମାଇକେଲ ଗଭ୍ । ରୋହିତଙ୍କୁ ଆଉଟ ଘୋଷଣା କରିଥିଲେ ଓ ଭାରତୀୟ ଶିବିରରେ ନିରାଶ ଖେଳାଇ ଦେଇଥିଲେ। ତେବେ ମ୍ୟାଚ୍ ପରେ ଏହି ରିପ୍ଲେର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରି ରୋହିତଙ୍କୁ ନଟଆଉଟ ବୋଲି ପ୍ରମାଣ ଦେଇଥିଲେ। ଆଉ ଅମ୍ପାୟାର ନିଷ୍ପତିକୁ ଭୁଲ ପ୍ରମାଣିତ କରିଥିଲେ।
Bhai chalo umpire ke ghar pic.twitter.com/y6EsWE7Z77
— Rishabh Srivastava (@AskRishabh) June 28, 2019
କେବଳ ଭାରତୀୟ ପ୍ରଂଶସକ ନୁହଁନ୍ତି ବରଂ ଖୋଦ୍ ରୋହିତ ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଥାର୍ଡ ଅମ୍ପାୟାରଙ୍କ ରିପ୍ଲେ ଫଟୋ ସେୟାର କରିଥିଲେ। ରୋହିତ ଶର୍ମା ନିଜ ଟ୍ୱିଟର ପୋଷ୍ଟ କରିଥିବା ଇଏ ହେଉଛି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚର ଫଟୋ। ମ୍ୟାଚର ଷଷ୍ଠ ଓଭରର ଶେଷ ବଲରେ ଯେତେବେଳେ କଟବିହାଇଣ୍ଡ୍ ହୋଇଥିଲେ ରାହିତ ଶର୍ମା। ଏହି ଫଟୋ ଚିତ୍ରରୁ ସ୍ପଷ୍ଟ ବାରି ହୋଇଯାଉଛି ଯେ, ବ୍ୟାଟରେ ବଲ୍ ହିଁ ବାଜିନି । ଫିଲ୍ଡ ଅମ୍ପିୟାର ନଟ୍ ଆଉଟ୍ ବି ଦେଲେ। ହେଲେ ଯେତେବେଳେ ୱେଷ୍ଟଇଣ୍ଡିଜ୍ ରିଭ୍ୟୁ ପାଇଁ ଅପିଲ୍ କରିଥିଲା ସେତେବେଳେ ଥାର୍ଡ ଅମ୍ପାୟାର ବଦଳାଇ ଦେଇଥିଲେ ନିଷ୍ପତି। ଆଉ ଅମ୍ପାୟାରଙ୍କ ନିଷ୍ପତି ପରେ ନଟ୍ ଆଉଟ୍ ହୋଇଥିଲେ ସୁଦ୍ଧା ପ୍ୟାଭିଲିୟନ୍ ଫେରିଥିଲେ ରୋହିତ।
ସୋସିଆଲ ମିଡ଼ିଆରେ ରୋହିତ ଶର୍ମାଙ୍କ ପୋଷ୍ଟ ଭାଇରାଲ ହେବା ପରେ ଭାରତୀୟ ପ୍ରଂଶସକ ମାନେ ତୃତୀୟ ଅମ୍ପାୟାରଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାନ୍ତି। ଏପରିକି କିଛି ପ୍ରଂଶସକ ଏମିତି କିଛି ମଜାଳିଆ ମିମ୍ସ ସେୟାର କରିଛନ୍ତି ଯେଉଁଥିରେ ବିରାଟ କୋହଲି ଥାର୍ଡ ଅମ୍ପାୟାରଙ୍କ ଘର ଖୋଜୁଥିବାର ଦେଖିବାକୁ ମିଳିଛି। ଆଉ କିଛି ମିମ୍ସରେ ଗାନ୍ଧାରିଙ୍କ ଫଟୋ ସେୟାର କରିବା ସହ ଲେଖିଛନ୍ତି ସେ ବୋଧେ ଗତକାଲି ମ୍ୟାଚର ତୃତୀୟ ଅମ୍ପାୟାର ଦାୟିତ୍ୱ ତୁଲାଉଥିଲେ । ସେହିଭଳି ଅନ୍ୟ ଏକ ପୋଷ୍ଟରେ କବୀର ସିଂ ଫିଲ୍ମର କିଛି ଦୃଶ୍ୟକୁ ରୋହିତ ଶର୍ମା ଓ ତୃତୀୟ ଅମ୍ପାୟାର ଭାବେ ଚିତ୍ରଣ କରାଯାଇ ମଜାଦାର ମିମ୍ସ କରାଯାଇଛି ।