ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଜାଣନ୍ତୁ

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ବକପର ବଡ ମ୍ୟାଚ । ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏହି ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ହେଲେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବଡ ମ୍ୟାଚରେ ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ । ତେବେ ଆସନ୍ତୁ ଜାଣିବା କିଏ ଭାରତର ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇପାରନ୍ତି ।

ରୋହିତ ଶର୍ମା 

ରୋହିତ ଶର୍ମା ଭାରର ଜଣେ ଅଭିଜ୍ଞ ଓପନର । ତେଣୁ ଦଳରେ ତାଙ୍କ ସ୍ଥାନ ନିଶ୍ଚିତ ହୋଇ ରହିଛି । ଆଇପିଏଲରେ ଏତେ ଆକର୍ଷଣୀୟ ପ୍ରଦର୍ଶନ କରିନଥିଲେ ବି ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦମଦାର ଖେଳ ଦେଖାଇଥିଲେ ।

କେଏଲ ରାହୁଲ 

କେଏଲ ରାହୁଲ ଭାରତ ପାଇଁ ଦ୍ୱିତୀୟ ଓପନର ଭାବେ ରହିଛନ୍ତି । ସେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ମୋଟ ୬୨୬ ରନ କରି ଦ୍ୱିତୀୟ ସର୍ବାଧିକ ରନ କରିଥିଲେ । ସେହିପରି ଅଭ୍ୟାସ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂ କରି ନିଜ ଦକ୍ଷତା ଦେଖାଇଛନ୍ତି । ତେଣୁ ତାଙ୍କୁ ଦଳରେ ସ୍ଥାନ ମିଳିପାରେ ।

ବିରାଟ କୋହିଲ 

ଆଇପିଏଲ ୨୦୨୧ରେ ଭଲ ପ୍ରଦର୍ଶନ ନକରିଥିଲେ ବି ଦଳରେ ବିରାଟଙ୍କ ସ୍ଥାନ ପକ୍କା । ତାଙ୍କ ଅଭିଜ୍ଞତା ହିଁ ବିପକ୍ଷଙ୍କୁ ଧୂଳି ଚଟାଇବା ପାଇଁ ଯଥେଷ୍ଟ । ତେଣୁ ବିରାଟଙ୍କ ସ୍ଥାନ ଏକପ୍ରକାର ପକ୍କା ହୋଇ ରହିଛି ।

ସୂର୍ଯ୍ୟ କୁମାର ଯାଦବ 

ସୂର୍ଯ୍ୟ କୁମାର ଯାଦବ ଗତ ଆଇପିଏଲରେ ଖରାପ ପ୍ରଦର୍ଶନ କରିଥିଲେ ବି ତାଙ୍କ ଭୂମିକା ନିହାତି ଭାବେ ଏହି ମ୍ୟାଚରେ ରହିବ । ଏଭଳି ମ୍ୟାଚରେ ତାଙ୍କ ଟ୍ୟାଲେଣ୍ଟ ବଡ ବଡ ଟିମକୁ ଚିନ୍ତାରେ ପକାଇପାରେ । ଏହି ମ୍ୟାଚରେ ସେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି । ତେଣୁ ଦଳରେ ତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଋଷବ ପନ୍ତ 

ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଋଷବ ପନ୍ତ ଭାରତ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଗତ କିଛି ସିଜିନରେ ସେ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ଭାରତ ପାଇଁ ସେ ଏହି ମ୍ୟାଚରେ ବଡ ଭୂମିକା ନେଇ ପାରନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା 

୨୮ ବର୍ଷିୟ ଏହି ଅଲରାଉଣ୍ଡର ଶ୍ରୀଲଙ୍କା ସିରିଜ ପରଠୁ ଆଉ ବୋଲିଂ କରିନାହାନ୍ତି । ଏହାପରେ ବି ତାଙ୍କୁ ଦଳରେ ସ୍ଥାନ ମିଳିପାରେ । କାରଣ ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକଙ୍କ ଭଲ ରେକର୍ଡ ରହିଛି । କୋହଲି ବି ହାର୍ଦ୍ଦିକ ଦଳରେ ସାମିଲ ହେବା ନେଇ ପୂର୍ବରୁ କହିଥିଲେ ।

ରବିନ୍ଦ୍ର ଜାଡେଜା 

ବର୍ତ୍ତମାନ ରବିନ୍ଦ୍ର ଜାଡେଜା ଭାରତର ଏକ ନମ୍ବର ଅଲରାଉଣ୍ଡର ରହିଛନ୍ତି । ସେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଧୁରନ୍ଧର ଅଛନ୍ତି । ଗତ ଆଇପିଏଲରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ବ୍ୟାଟ୍ସମ୍ୟାନ ଅଲରାଉଣ୍ଡରେ ହିସାବରେ ସେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନୀ 

ଭାରତର ଏହି ଅଫ ସ୍ପିନର ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ଏଥିରୁ ଏହା ସମ୍ଭାବନା କରାଯାଉଛି ଯେ ତାଙ୍କୁ ପ୍ଲେଇଙ୍ଗ ୧୧ରେ ସ୍ଥାନ ମିଳିପାରେ ।

ସାର୍ଦ୍ଦୁଲ ଠାକୁର 

ଟି-୨୦ ବିଶ୍ୱକପରେ ଏହି ଖେଳାଳି ଷ୍ଟାଣ୍ଡ ବାଇରେ ରହିଥିଲେ । ହେଲେ ବ୍ୟାଟ୍ସମ୍ୟାନ ଓ ବୋଲର ଭାବେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ତେଣୁ ପାକିସ୍ତାନ ବିପକ୍ଷରେ ଭୁବନେଶ୍ୱରଙ୍କ ସ୍ଥାନରେ ସାର୍ଦ୍ଦୁଲଙ୍କୁ ସ୍ଥାନ ମିଳିପାରେ ।

ଯଶପ୍ରୀତ ବୁମରାହ 

ଯଶପ୍ରୀତି ବୁମରାହ ବିଶ୍ୱକପର ଜଣେ ଭଲ ବୋଲର । ତେଣୁ ତାଙ୍କ ସ୍ଥାନ ଏକ ପ୍ରକାର ପକ୍କା ହୋଇସାରିଛି । ସେ ଭାରତୀୟ ବୋଲିଂ ବିଭାଗର ମେରୁଦଣ୍ଡ ଭାବେ ପରିଚିତ । ପାକିସ୍ତାନ ବିପକ୍ଷରେ ବୁମରାହ ଭୟାନକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ତାଙ୍କ ସ୍ଥାନ ଦଳରେ ପକ୍କା ହୋଇ ରହିଛି ।

ମହମ୍ମଦ ସାମି 

ମହମ୍ମଦା ସାମି ଦଳର ଅନ୍ୟ ପ୍ରମୁଖ ବୋଲର । ଡେଥ ଓଭରରେ ବୋଲିଂର ଚମତ୍କାର ଅଭିଜ୍ଞତା ରଖିଛନ୍ତି ଏହି ଖେଳାଳି । ଅଭ୍ୟାସ ମ୍ୟାଚରେ ବି ଭଲ ପ୍ରଦର୍ଶନ କରିଥିଲେ ସାମି । ତେଣୁ ତାଙ୍କୁ ଏହି ମ୍ୟାଚରେ ଦଳରେ ସାମିଲ କରାଯାଇପାରେ ।

ସମ୍ବନ୍ଧିତ ଖବର