ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ଚମତ୍କାର ବୋଲିଂ କରୁଛନ୍ତି ବାଳକ

ନୂଆଦିଲ୍ଲୀ: ଦେଶରେ କ୍ରିକେଟକୁ ଏକ ଧର୍ମ ଭାବରେ ଦେଖାଯାଇଥାଏ। ଅନେକ ଲୋକଙ୍କ କ୍ରିକେଟ ଖେଳିବା ପ୍ରତି ଓ ଖେଳ ଦେଖିବା ପ୍ରତି ବହୁତ ଦୁର୍ବଳତା ରହିଛି। ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ ବାଳକ ଧଳାରଙ୍ଗର ପୋଷାକ ପିନ୍ଧି କ୍ରିକେଟ ପଡ଼ିଆରେ ବୋଲିଂ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ବାଳକ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତାଙ୍କର ଗୋଟିଏ ଗୋଡ଼ ନାହିଁ। ତଥାପି ସେ ଚମତ୍କାର ଭାବରେ ବୋଲିଂ କରୁଥିବା ଦେଖିବାକୁ ମିଳୁଛି।

ଏହି ଭାଇରାଲ ଭିଡିଓକୁ ମଧୁପୁର ମଞ୍ଚ ନାମକ ଏକ ଫେସବୁକ ପେଜରୁ ସେୟାର କରାଯାଇଛି। ଏହି ଭିଡିଓରେ ଦିଆଯାଇଥିବା ଏକ କ୍ୟାପସନରେ ଲେଖାଯାଇଛି, ‘ଯଦି ଆପଣଙ୍କର ଜୀବନ ସହିତ କିଛି ଅଭିଯୋଗ ରହିଛି, ତେବେ ନିଶ୍ଚିତ ଭାବରେ ଏହି ଭିଡିଓକୁ ଥରେ ଦେଖନ୍ତୁ ।’

କ୍ରିକେଟ୍ ପ୍ରତି ଏହି ଉତ୍ସାହ ଦେଖି ଆପଣ ମଧ୍ୟ କହିବେ – ଏହା ଏକ ଭଲ ଭିଡିଓ । ଜୀବନରେ ସମୟ ସମୟରେ ଏମିତି ପରିସ୍ଥିତି ଆସି ପହଞ୍ଚିଯାଇଥାଏ ଯାହାକୁ ଆମେ ସାମ୍ନା କରି ନପାରି ଅନେକ ଥର ହାର ମାନିଯାଇଥାଉ। ଏଭଳି ପରିସ୍ଥିତିରେ ଏହି ଭିଡିଓ ଆମ ପାଇଁ ଏକ ପ୍ରେରଣା ହେବ।

ସମ୍ବନ୍ଧିତ ଖବର