ନୂଆଦିଲ୍ଳୀ: ଫଟୋରେ ହସୁଥିବା ଏହି ବାଳକ ଜଣକ ଆଜି ଜଣେ ଜଣାଶୁଣା ତାରକା। ତାଙ୍କ ପତ୍ନୀ ଜଣେ ଲୋକପ୍ରିୟ ସିନେ ଅଭିନେତ୍ରୀ। ଦେଶବିଦେଶରେ ଲୋକେ ତାଙ୍କୁ ଭଳଭାବେ ଜାଣନ୍ତି। କହିଲେ ଦେଖିବା ଏହି ବାକଳ ଜଣକ କିଏ? ଆମେ ଆପଣଙ୍କୁ ଆଉ ଟିକେ ସଂକେତ ଦଉଛୁ। ସେ ହେଉଛନ୍ତି ଜଣେ କ୍ରିକେଟ୍ ଷ୍ଟାର୍। ପୂର୍ବରୁ ସେ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବି ରହି ସାରିଛନ୍ତି। ଆପଣ ଏବେ ନିଶ୍ଚୟ ଜାଣି ସାରିବେଣି।
ଇଏ ଆଉ କେହିନୁହଁନ୍ତି, ଏହି ଫଟୋରେ ଦିଶୁଥିବା କୁନି ବାଳକ ଜଣକ ଟିମ୍ ଇଣ୍ଡିଆର ସଫଳ ବ୍ୟାଟର ବିରାଟ କୋହଲି, ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ।
Instagram story of Virat Kohli. pic.twitter.com/6AMM1ECb3G
— Johns. (@CricCrazyJohns) September 10, 2022
ଏହି ଫଟୋଟିକୁ ବିରାଟ କୋହଲି ତାଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଛନ୍ତି। ସେ ତାଙ୍କ ଷ୍ଟୋରିରେ ଫଟୋଟିକୁ ସେୟାର କରିବା ସହ ଲେଖିଛନ୍ତି, ‘ଖାଅ, ପିଅ ମଜା କର। କାହାରି ମନ ଦୁଃଖ କରାଅନି।’ ଫଟୋରେ ବିରାଟ ହାତରେ ଏକ ଖାଇବା ଥାଳି ଧରି ହସୁଥିବାର ଦେଖିବାକୁ ମିଳିଛନ୍ତି।
ବିରାଟ କୋହଲିଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା। ସେ ୨୦୦୬ ମସିହାରେ ପ୍ରଥମେ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ତା’ପରେ ସେ ଅନେକ ମ୍ୟାଚ୍ ଖେଳିଛନ୍ତି। ଏବେ ଚାଳିଥିବା ଟି-୨୦ ବିଶ୍ବକପ୍ ମ୍ୟାଚ୍ରେ ଖୁବ୍ ଭଲ ପ୍ରଦର୍ଶନ କରି ଚର୍ଚ୍ଚାରେ ଅଛନ୍ତି କୋହଲି।
ସେହିପରି ବିରାଟଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୦୮ ମସିହାରେ କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍ଙ୍କ ସହ ‘ରବ୍ ନେ ବନାଦି ଯୋଡ଼ି’ରୁ ତାଙ୍କ ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ। ଓ ପରେ ନିଜକୁ ଜଣେ ସଫଳ ବଲିଉଡ୍ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-10.jpg)