ନୂଆଦିଲ୍ଲୀ: କିଛି ଦିନ ତଳେ ଦୁବାଇକୁ ଛୁଟି କଟାଇବାକୁ ଯାଇ ପ୍ରେମିକା ନତାଶା ଷ୍ଟାଙ୍କୋବିକଙ୍କ ସହ ନିର୍ବନ୍ଧ କରିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା। ଏକ ବୋଟରେ ନତାଶାଙ୍କୁ ହୀରା ମୁଦି ପିନ୍ଧାଇ ହାର୍ଦ୍ଧିିକ ନିର୍ବନ୍ଧ କରିଥିବା ବେଳେ ସେ ସମୟର କିଛି ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଫଟୋ ସାମ୍ନାକୁ ଆସିବା ପରେ ହାର୍ଦ୍ଧିକଙ୍କ ଏଭଳି ନିଷ୍ପତ୍ତି ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ କେବଳ ତାଙ୍କ ପ୍ରଶଂସକମାନେ ନୁହନ୍ତି, ତାଙ୍କ ପରିବାର ଲୋକେ ମଧ୍ୟ ହାର୍ଦ୍ଧିକଙ୍କ ଏଭଳି ନିଷ୍ପତ୍ତି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି ଜଣା ପଡ଼ିଛି।
ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ହାର୍ଦ୍ଧିକଙ୍କ ବାପା ହିମାଂଶୁ କହିଛନ୍ତି କି, ନତାଶା ଜଣେ ଭଲ ଝିଅ। ଆମେ ତାଙ୍କୁ ମୁମ୍ବାଇରେ ଅନେକ ଥର ଭେଟିଛୁ। ଦୁହେଁ ଦୁବାଇକୁ ଛୁଟି କଟାଇବାକୁ ଯାଉଥିବା ଖବର ମଧ୍ୟ ଆମ ପାଖରେ ଥିଲା। କିନ୍ତୁ ସେଠାରେ ଦୁହେଁ ନିର୍ବନ୍ଧ କରିନେବେ ବୋଲି ଆମକୁ ଜଣା ନଥିଲା। ହାର୍ଦ୍ଧିକଙ୍କ ଫଟୋ ଦେଖିବା ପରେ ଆମକୁ ଏହି ଖବର ମିଳିଥିଲା। ଯାହା ଆମକୁ ଆଶ୍ଚର୍ଯ୍ୟ କରିଥିଲା।
/sambad/media/post_attachments/8132425992a167b95985bc644a0709fef46c85a6a4ef43b96d0cc302c1213553.jpg)
ବିବାହ ବିଷୟରେ ପଚରାଯିବା ପରେ ସେ କହିଥିଲେ, ଏ ପର୍ଯ୍ୟନ୍ତ ଆମେ ଦିନ ଠିକ୍ କରିନାହୁଁ। କିନ୍ତୁ ଖୁବ୍ ଶୀଘ୍ର ବିବାହ ଦିନ ସ୍ଥିର କରାଯିବ।