୪୪ ବର୍ଷ ବୟସରେ ଟି-୨୦ରେ ଦ୍ୱି-ଶତକ, ହୋଇପାରିଲାନି ରେକର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବ୍ୟାଟସ୍‌ମ୍ୟାନ ଚନ୍ଦ୍ରପଲ ଟି-୨୦ରେ ଦ୍ୱି-ଶତକ ହାସଲ କରି କିର୍ତ୍ତୀମାନ ପ୍ରତିଷ୍ଠା କରିଛନ୍ତି। ଚନ୍ଦ୍ରପଲ ଘରୋଇ ଟୁର୍ଣ୍ଣାମେଣ୍ଟରେ ଏହି ରେକର୍ଡ କରିଛନ୍ତି। ସୂଚନାଯୋଗ୍ୟ ୱେଷ୍ଟଇଣ୍ଡିଜର ଏହି ବ୍ୟାଟସ୍‌ମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଚନ୍ଦ୍ରପଲ ସେଣ୍ଟ ମାର୍ଟିନରେ ଆଦାମ୍‌ ସେନ୍‌ଫୋର୍ଡ କ୍ରିକେଟ୪ଲାଇଫ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଖେଳି ଦ୍ୱି-ଶତକ ହାସଲ କରିଛନ୍ତି। ସେ ନିଜର ଦ୍ୱି-ଶତକ ପୂରା କରିବା ପାଇଁ ୭୬ଟି ବଲ ଖେଳିଥିଲେ। ଚନ୍ଦ୍ରପଲ ଏଭଳି ବ୍ୟାଟସ୍‌ମ୍ୟାନ ଅଛନ୍ତି ଯେଉଁମାନେ କି ଯିଏ କି ୪୪ ବର୍ଷ ବୟସରେ ଟି-୨୦ କ୍ରିକେଟରେ ଏତିକି ବଲରେ ଦ୍ୱି-ଶତକ ହାସଲ କରିଛନ୍ତି।

ଚନ୍ଦ୍ରପଲ ନିଜର ଇନିଂସରେ ୭୬ ବଲରେ ୨୪ ଚୌକା ଓ ୧୩ଟି ଛକା ମାରିଛନ୍ତି। ସେ ନିଜର ଏହି ଇନିଂସ ସ୍ମିଥ ସହିତ କରିଥିଲେ। ସ୍ମିଥ ନିଜର ସାଥୀଙ୍କୁ ଭଲ ସହଯୋଗ କରିଥିଲେ ଏବଂ ୨୯ ବଲ ଖେଳି ୫୪ ରନ କରିଥିଲେ। ସ୍ମିଥ ନିଜର ଏହି ଇନିଂସରେ ୮ ଚୌକା ଓ ୨ ଛକା ମାରିଥିଲେ। ଚନ୍ଦ୍ରପଲ ନିଜର ବ୍ୟାଟିଂ ବଳରେ ୨୦ ଓଭରରେ ଟିମର ସ୍କୋରକୁ ୩୦୨ ରନ୍‌ରେ ପହଂଚାଇଥିଲେ। ଟିମ୍‌ ଏହି ମ୍ୟାଚକୁ ୧୯୨ ରନ୍‌ରେ ଜିତିଥିଲା।

ସମ୍ବନ୍ଧିତ ଖବର