ଆଇପିଏଲ ଭଳି ଜିଓ ସିନେମାରେ ଆପଣ ମାଗଣାରେ ଦେଖିପାରିବେ ଏହି ହାଇଭୋଲଟେଜ ମ୍ୟାଚ!

ମୁମ୍ବାଇ: ଏଥର ଜିଓ ସିନେମାରେ ଆପଣ ଆଇପିଏଲ ମ୍ୟାଚର ସିଧାପ୍ରସାରଣ ମାଗଣାରେ ଦେଖିଥିବେ | ତେବେ ଆପଣଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି | ବାସ୍ତବରେ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ ମ୍ୟାଚ୍ ଖେଳିବା ପରେ ଭାରତୀୟ ଦଳର ଖେଳାଳିମାନେ ପ୍ରାୟ ୧ ମାସ ବିରତି ପାଇବେ ବୋଲି ଆଶା କରାଯାଉଛି | ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇପାରେ | ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟିମ୍ ଇଣ୍ଡିଆ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି -୨୦ ମ୍ୟାଚ୍ ଖେଳିପାରେ | ଭାରତୀୟ ପ୍ରଶଂସକମାନେ ଏହି ସିରିଜର ଲାଇଭ୍ ଟେଲିକାଷ୍ଟକୁ ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ମାଗଣାରେ ଦେଖିପାରିବେ | ଭାରତରେ ୱେଷ୍ଟଇଣ୍ଡିଜର ମ୍ୟାଚ୍ ପ୍ରସାରଣ କରିବାର ରାଇଟ୍ସ ଫେନକୋଡ ହାସଲ କରିଛି |

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ଏହି ସିରିଜର ଡିଜିଟାଲ୍ ପ୍ରସାରଣ ପାଇଁ ଭାୟାକମ୍ ୧୮ ଫେନକୋଡ୍ ସହିତ ଚୁକ୍ତି କରିପାରେ | ଏଥି ସହିତ, ଫେନକୋଡ୍ ଟିଭି ପ୍ରସାରଣ ପାଇଁ ଡିଡି ସ୍ପୋର୍ଟସ ସହିତ ଆଲୋଚନା କରୁଛି | ଯଦି ଏହା ସମ୍ଭବ ହୁଏ ଆପଣ ଡିଡି ସ୍ପୋର୍ଟସ ସହ ଜିଓ ସିନେମାରେ ମାଗଣାରେ ଏହି ମ୍ୟାଚ ଦେଖିପାରିବେ | କ୍ରିକବଜ୍ ଅନୁଯାୟୀ, ଜୁଲାଇ ୧୨ ରୁ ୧୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଡୋମିନିକାରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ୍ ତ୍ରିନିଦାଦରେ ଖେଳାଯିବ | ୨୭ ଜୁଲାଇରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବାକୁ ଥିବାବେଳେ ୪ ରୁ ୧୩ ଅଗଷ୍ଟ ମଧ୍ୟରେ ଉଭୟ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯାଇପାରେ | ତେବେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର