ନୂଆଦିଲ୍ଲୀ : ଚଳିତ ୨୦୨୧-୨୦୨୨ ଋତୁରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ପୂର୍ଣ୍ଣାଙ୍ଗ ଘରୋଇ ସୂଚୀରେ ପ୍ରତିଯୋଗିତାଗୁଡ଼ିକ ପରିଚାଳନା କରିବ। ସମସ୍ତ ବୟସ ବର୍ଗରେ ପ୍ରତିଯୋଗିତା ହେବ। ଫଳରେ କରୋନା ମହାମାରୀ ଯୋଗୁଁ ଗତବର୍ଷ ବାତିଲ ହୋଇଯାଇଥିବା ରଣଜୀ ଟ୍ରଫି ପାଇଁ ଏଥର ବିସିସିଆଇ ୩ ମାସର ସମୟ ବାହାର କରିଛି। ଏହି ପ୍ରତିଯୋଗିତା ନଭେମ୍ବର ୧୬ରୁ ଆରମ୍ଭ ହୋଇ ଆଗାମୀ ବର୍ଷ ଫେବ୍ରୁଆରି ୧୯ ତାରିଖରେ ଶେଷ ହେବ। ବିସିସିଆଇର ପୂର୍ଣ୍ଣାଙ୍ଗ ସୂଚୀରେ ମୋଟ ୨୧୨୭ ମ୍ୟାଚ୍ ସ୍ଥାନ ପାଇଛି। ଗତବର୍ଷ ମଧ୍ୟ ବିସିସିଆଇ କୌଣସି ବି ବୟସ ବର୍ଗର ପ୍ରତିଯୋଗିତା କରିପାରିନଥିଲା।
/sambad/media/post_attachments/wp-content/uploads/2021/07/bcci.jpg)
ଚଳିତ ଋତୁ ପାଇଁ ପୂର୍ଣ୍ଣାଙ୍ଗ ସୂଚୀ ପ୍ରସ୍ତୁତ କରିଥିବା ବିସିସିଆଇ ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ହିଁ ପୁରୁଷ ବର୍ଗା ପ୍ରତିଯୋଗିତା ଆରମ୍ଭ କରିବ। ଏହା ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଥିଲା ବେଳେ ଜାତୀୟ ଦିନିକିଆ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ଆସନ୍ତାବର୍ଷ ଫେବ୍ରୁଆରି ୨୩ରୁ ଆରମ୍ଭ ହେବ।
ତେବେ ମହିଳା ଦିନିକିଆ ଲିଗ୍ ଜରିଆରେ ବିସିସିଆଇ ଋତୁ ଆରମ୍ଭ କରିବ। ଏହି ଲିଗ୍ ସେପ୍ଟେମ୍ବର ୨୧ରୁ ଖେଳାଯିବାକୁ ସ୍ଥିର ହୋଇଥିଲା ବେଳେ ମହିଳା ଦିକିକିଆ ଚ୍ୟାଲେଞ୍ଜର ଟ୍ରଫି ଅକ୍ଟୋବର ୨୭ରୁ ଆରମ୍ଭ ହେବ। ସମସ୍ତ ଘରୋଇ ପ୍ରତିଯୋଗିତା ଖେଳାଳି ଏବଂ ଏଥି ସହିତ ସଂପୃକ୍ତ ଅନ୍ୟ ସମସ୍ତ ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ଆୟୋଜିତ ହେବ ବୋଲି ବିସିସିଆଇ ସଂପାଦକ ଜୟ ଶାହା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/bcci_logo750_1527512350_618x347.jpeg)