ଆଇପିଏଲ୍‌ରେ ୧୦ ବଦଳରେ ୯ ଦଳ ରହିବ: ବିସିସିଆଇ

ମୁମ୍ବାଇ: ଆଗାମୀ ୨୦୨୦ ଆଇପିଏଲ୍‌ରେ ୧୦ ଦଳ ପରିବର୍ତେ ୯ ଦଳ ରହିବ। ଏଭଳି ଚିନ୍ତା କରୁଛି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)। ଫଳରେ ୨୦୨୦ ସଂସ୍କରଣ ପାଇଁ ବିସିସିଆଇ ମାତ୍ର ଗୋଟିଏ ନୂଆ ଫ୍ରାଞ୍ଚଇଜ୍‌ ସାମିଲ କରିବା ସପକ୍ଷରେ ରହିଛି। ତେଣୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ୍‌ରେ ୯ ଦଳ ରହିବା ସମ୍ଭବନା ଦେଖାଦେଇଛି। ୨୦୦୨ ମଧ୍ୟରେ ଏଫ୍‌ଟିପି ଅନୁଯାୟୀ ମୋଟ ୯୦ ମ୍ୟାଚ୍‌ ବିଶିଷ୍ଟ ଆଇପିଏଲ୍‌ ଆୟୋଜନ କରିବା ପାଇଁ ସମୟର ଅଭାବ ରହିଛି। ଏଫ୍‌ଟିପି କେବଳ ୭୬ ମ୍ୟାଚ୍‌ ଆୟୋଜନ ପାଇଁ ସୁଯୋଗ ଦେଉଛି। ତେଣୁ ୧୦ ଦଳୀୟ ପ୍ରତିଯୋଗିତାକୁ ୯ ଦଳରେ ସୀମିତ ରଖିବାକୁ ଆମେ ବାଧ୍ୟ ହେବୁ ବୋଲି ବିସିସିଆଇ ଚିନ୍ତା କରିଛି। ତେ‌ବେ ୨୦୨୩ ବେଳକୁ ୧୦ ଦଳକୁ ନେଇ ଆଇପିଏଲ୍‌ ଆୟୋଜିତ ହୋଇପାରିବ ବୋଲି ବିସିସିଆଇ କହିଛି। ଅନ୍ୟପକ୍ଷରେ ନୂଆ ଫ୍ରାଞ୍ଚାଇଜ୍‌ ପାଇଁ ମୂଳ ଦଳ ୨୦୦୦ କୋଟି ଟଙ୍କା ଧାର୍ଯ୍ୟ କରିବ। ତେବେ ଏସବୁ ପ୍ରସଙ୍ଗ ଉପରେ ଡିସେମ୍ବର ୧ ତାରିଖ ଏଜିଏମ୍‌ରେ ଚୂଡାନ୍ତ ନିର୍ଣ୍ଣୟ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର