ଏ ବର୍ଷ ଜଗତପୁରରେ ହେବନି ଏସୀୟ ରୋଇ˚ ପ୍ରତିଯୋଗିତା

ନିର୍ଧାରିତ ସମୟରେ ବିରୂପା ଖନନ ଶେଷ ହେବା ନେଇ ଆଶଙ୍କା

କଟକ: ଟେବୁଲ ଟେନିସ ପରେ କଟକରେ ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଏସୀୟ କନିଷ୍ଠ ରୋଇ˚ ଆୟୋଜନ ନେଇ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ପ୍ରସ୍ତୁତି ପର୍ଯ୍ୟାୟରେ ବିଳମ୍ବ ହେଉଥିବାରୁ ଚଳିତ ବର୍ଷ ଜଗତପୁରର ଜଳକ୍ରୀଡ଼ା କେନ୍ଦ୍ରରେ ଏସୀୟ ପ୍ରତିଯୋଗିତା ହେବ ନାହିଁ। ବର˚ ପରବର୍ତ୍ତୀ ଅର୍ଥାତ୍‌ ୨୦୨୦ରେ ଏସୀୟ ବରିଷ୍ଠ ରୋଇ˚ ପ୍ରତିଯୋଗିତା ପାଇଁ ଆମେ ପ୍ରସ୍ତୁତ ହେବୁ ବୋଲି ଓଡ଼ିଶା ରୋଇ˚ ଓ ସ୍କଲି˚ ସ˚ଘର ସଭାପତି ବିନୋଦ ଦାଶ ସୂଚନା ଦେଇଛନ୍ତି। ବିରୂପାରେ ପାଣି କମ୍‌ ରହୁଥିବାରୁ ନଦୀ ଖନନ ପାଇଁ କ୍ରୀଡ଼ା ବିଭାଗର ଉଚ୍ଚସ୍ତରୀୟ କମିଟି ନିର୍ଦ୍ଦେଶ ଦେଇଥିଲେ। ହେଲେ ବାତ୍ୟା ପରେ ସମସ୍ତେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଆୟୋଜନ ପାଇଁ ବ୍ୟସ୍ତ ରହିବାରୁ ନଦୀ ଖନନ ଦିଗରେ କେହି ମନ ଦେଇନଥିଲେ। ଏବେ ନଈରେ ପାଣି ଆସିଯାଇଥିବାରୁ ଖନନ ପ୍ରକ୍ରିୟା ବିଳମ୍ବ ହୋଇପାରେ। ତେଣୁ ନିର୍ଧାରିତ ସମୟରେ ଏହା ଶେଷ ହେବା ନେଇ ବିନୋଦ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ଅଗଷ୍ଟ ସୁଦ୍ଧା ଖନନ ଶେଷ ହେବ, ତାହେଲେ ଅକ୍ଟୋବରରେ ପ୍ରତିଯୋଗିତା ଆୟୋଜନ କରିପାରିବୁ। ତେବେ ଏବର୍ଷ ଭାରତରେ ଉକ୍ତ ଏସୀୟ କନିଷ୍ଠ ପ୍ରତିଯୋଗିତା ଆୟୋଜନ ପାଇଁ ଧାର୍ଯ୍ୟ ହୋଇଥିବାରୁ ହାଇଦ୍ରାବାଦ ବିକଳ୍ପ ସ୍ଥାନ ଭାବେ ବ୍ୟବହାର କରାଯିବ। ତଥାପି ଆସନ୍ତା ବର୍ଷ ଏସୀୟ ବରିଷ୍ଠ ରୋଇ˚ ପ୍ରତିଯୋଗିତା ପାଇଁ ଆମେ ପ୍ରସ୍ତୁତ ହୋଇପାରିବୁ ବୋଲି ବିନୋଦ କହିଛନ୍ତି। ସୂଚନାଯୋଗ୍ୟ, ମହାନଦୀରେ ପାଣି ଆସୁନଥିବାରୁ ଶାଖା ନଦୀ ବିରୂପା ମଧ୍ୟ ଶୁଖିଲା ପଡୁଥିଲା। ଏହାବ୍ୟତୀତ ଅନ୍ୟ ସମୟରେ ବିରୂପାରେ ଯେତିକି ପାଣି ରହିଆସୁଛି, ସେଥିରେ ରୋଇ˚ କରିବା ସମ୍ଭବ ହେଉନି। ଏଥିପାଇଁ ଦୁଇ ଦୁଇ ଥର କ୍ରୀଡ଼ା ବିଭାଗର ଉଚ୍ଚସ୍ତରୀୟ ଅଧିକାରୀମାନେ କଟକ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ମହାନଦୀ ନର୍ଥ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବିରୂପା ନଦୀ ଖନନ ପାଇଁ ପରାମର୍ଶ ଦେଇଥିଲେ। ଆଇଓସିଏଲ୍‌ ପକ୍ଷରୁ ନଦୀ ଖନନ କରାଯିବ ବୋଲି ପ୍ରାଥମିକ ପର୍ଯ୍ୟାୟରେ କୁହାଯାଇଥିଲେ ବି ଏହାକୁ କିଏ ସମ୍ପାଦିତ କରିବ ତାହା ଅସ୍ପଷ୍ଟ ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିରୂପାରେ କୌଣସି କାର୍ଯ୍ୟ ଆରମ୍ଭ କରାଯାଇନଥିବାରୁ ନିର୍ଧାରିତ ସମୟ ସୁଦ୍ଧା ଖନନ କାର୍ଯ୍ୟ ଶେଷ ହେବା ଅସମ୍ଭବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର