ଶ୍ରୀଲଙ୍କା ସେନାରେ ଯୋଗଦେଲେ ପେରେରା

କଲମ୍ବୋ : ଭାରତର ମହେନ୍ଦ୍ର ସିଂହ ଧୋନି ଏବଂ ୱେଷ୍ଟଇଣ୍ଡିଜ୍‌ର ସେଲ୍‌ଡନ୍‌ କଟ୍ରେଲଙ୍କ ପରେ ଆଉ ଜଣେ କ୍ରିକେଟର୍‌ ସେନାରେ ସାମିଲ ହୋଇଛନ୍ତି। ଏହି କ୍ରିକେଟର୍‌ ହେଲେ ଶ୍ରୀଲଙ୍କା ଦଳର ଅଲ୍‌ରାଉଣ୍ଡର୍‌ ଥିସାରା ପେରେରା। ସେ ମେଜର ଭାବେ ଶ୍ରୀଲଙ୍କା ସେନାରେ ଯୋଗଦେଇଛନ୍ତି। ଏକଥା ଟ୍ବିଟର୍‌ରେ ପେରେରା ସ୍ବୀକାର କରିଛନ୍ତି। ୩୦ ବର୍ଷୀୟ ଏହି କ୍ରିକେଟର୍ କହିଛନ୍ତି, ସହକାରୀ ସେନାଧ୍ୟକ୍ଷ ଜେନେରାଲ ସଭେନ୍ଦ୍ର ସିଲଭାଙ୍କ ନିମନ୍ତ୍ରଣକୁ ମୁଁ ସ୍ବୀକାର କରିବା ସହ ସେନାରେ ଯୋଗ ଦେଇଛି। ତାଙ୍କଠାରୁ ଏଭଳି ନିମନ୍ତ୍ରଣ ପାଇବା ମୋ ଜୀବନର ବହୁତ ବଡ଼ ସଫଳତା। ଧନ୍ୟବାଦ ସାର୍, ସେନା କ୍ରିକେଟ୍‌ ପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ଯୋଗଦାନ ଦେବି। ଗଜାବା ରେଜିମେଣ୍ଟରେ ପେରେରା ଶ୍ରୀଲଙ୍କା ସେନାର ସ୍ବେଚ୍ଛାସେବକ ବଳରେ ମେଜର ରହିବେ।

ସମ୍ବନ୍ଧିତ ଖବର