ନୂଆଦିଲ୍ଲୀ: ଆଇପିଏଲର ୧୮ ସିଜିନ ଶେଷ ହୋଇ ଯାଇଛି। ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚମ୍ପିୟାନ ହୋଇଛି। ପଞ୍ଜାବ କିଙ୍ଗ୍ସ ପୁଣିଥରେ ରନର୍ସଅପ୍ ରହିଛି। ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ଇଭେଣ୍ଟରେ ଭାରତ ଏବଂ ବିଦେଶର ଅନେକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। 

Advertisment

ବୈଭବ ସୂର୍ଯ୍ୟବଂଶୀ, ପ୍ରିୟାଂଶ ଆର୍ଯ୍ୟ, ଆୟୁଷ ମହାତ୍ରେଙ୍କ ଭଳି ଖେଳାଳିମାନେ ଚଳିତ ସିଜନରେ ନିଜର ପ୍ରଦର୍ଶନ ଦେଖାଇ ସେମାନେ  ଆଇପିଏଲର ଭବିଷ୍ୟତ ବୋଲି ସୂଚିତ କରି ଦେଇଛନ୍ତି। ଏହି କ୍ରମରେ ଦେଖିବା୍କୁ ଗଲେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ  ପରବର୍ତ୍ତୀ ସିଜିନରେ ଖେଳିବାର ଦେଖାଯାଇ ପାରନ୍ତି ନାହିଁ।

ଏଭଳି ଖେଳାଳିଙ୍କ ମଧ୍ୟରେ ପ୍ରଥମ ନାମ ଆସୁଛି ଏମ୍ ଏସ୍ ଧୋନି। ୨୦୨୫ ଆଇପିଏଲ ଶେଷ ହେବା ପରେ ଆଗକୁ ଆଉ ଖୋଳିବେ କି ନାହିଁ ସେ କଥା ଚିନ୍ତା କରିବେ ବୋଲି ଧୋନି ତାଙ୍କର ଏକ ପ୍ରତିକ୍ରିୟାରେ କହିଥିଲେ।
ଏସବୁକୁ ଦୃଷ୍ଟିରେ ରଖି ଧୋନି ୨୦୨୬ ଆଇପିଏଲରେ ଖେଳି ନପାରନ୍ତି ବୋଲି ସମ୍ଭାବନା ଦେଖାତି ଦେଉଛି।  

ସେହିପରି ଚେନ୍ନାଇ ସୁପର କିଙ୍ଗ୍ସର ସଦସ୍ୟ ଥିବା ଆର ଅଶ୍ୱିନଙ୍କ ପାଇଁ ପରବର୍ତ୍ତୀ ବର୍ଷ ଖେଳିବା କଷ୍ଟକର ମନେ ହେଉଛି। ଗତ ବର୍ଷ କ୍ରିକେଟର ତିନୋଟି ଫର୍ମାଟରୁ ଅବସର ନେଇଥିବା ଅଶ୍ୱିନଙ୍କୁ ସିଏସକେ ୯.୭୫ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ। 

ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ମୋଇନଙ୍କୁ କୋଲକାତା ତାଙ୍କ ମୂଳ ମୂଲ୍ୟରେ କିଣିଥିଲା। ଏହି ସିଜିନରେ ସେ କେବଳ ୨ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୫ ରନ୍ ସଂଗ୍ରହ କରି ପାରିଥିଲେ। ଅନୁମାନ କରାଯାଉଛି କି ଆଗାମୀ ସିଜନରେ କେକେଆର ତାଙ୍କୁ ଛାଡ଼ି ଦେଇପାରେ ଏବଂ ଅନ୍ୟ କୌଣସି ଦଳ ପାଇଁ ତାଙ୍କୁ କିଣିବା କଷ୍ଟକର ହୋଇପାରେ।

ଏହି କ୍ରମରେ ଦେଖିବାକୁ ଗଲେ ଅଷ୍ଟ୍ରେଲିୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ତାଙ୍କ ଫିଟନେସ୍ କାରଣ ଦର୍ଶାଇ ଓଡିଆଇ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଏଥର ତାଙ୍କୁ ପଞ୍ଜାବ କିଙ୍ଗସ୍ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ତାଙ୍କର ପ୍ରଦର୍ଶନ ଖରାପ ରହିଥିଲା। ଆଘାତ ଯୋଗୁଁ ସେ ଟୁର୍ଣ୍ଣାମେଣ୍ଟ ମଝିରୁ ବାହାର ହୋଇଯାଇଥିଲେ। 
ଏପରି ପରିସ୍ଥିତିରେ ପରବର୍ତ୍ତୀ ବର୍ଷ ତାଙ୍କ ପାଇଁ ଆଇପିଏଲ ଖେଳିବା କଷ୍ଟକର। ଯଦି ପଞ୍ଜାବ ଗ୍ଲେନଙ୍କୁ ଛାଡ଼ିଦିଏ ତେବେ ଅନ୍ୟ କୌଣସି ଦଳ ତାଙ୍କୁ କିଣିବେ କି ନାହିଁ ତାହା କହିବା କଷ୍ଟକର। 

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଥିବା ଫାଫ୍ ଡୁ ପ୍ଲେସିସ୍ ଅକ୍ଷର ପଟେଲ ଆହତ ହେବା ପରେ ଦଳର ନେତୃତ୍ବ ନିଜ ହାତକୁ ନେଇଥିଲେ। ଚଳିତ ସିଜନରେ ୪୦ ବର୍ଷୀୟ ଫାଫଙ୍କ ପ୍ରଦର୍ଶନ ଭଲ ନଥିଲା। କୁହାଯାଉଛି କି ଫାଫ୍ ନିଜେ ଲିଗ୍ କ୍ରିକେଟରୁ ଅବସର ନେଇପାରନ୍ତି।