ଗୁଲ୍‌ଡଙ୍କ ଶ୍ରେଷ୍ଠ ୩ ବ୍ୟାଟ୍‌ସମ୍ୟାନ୍ : କାଲିସ୍‌, ସଚିନ ଓ କୋହଲି

ଲଣ୍ଡନ : ଜଣେ ଭଲ ଅମ୍ପାୟାର ଭାବେ ଜଣାଶୁଣା ଇଂଲଣ୍ଡର ଇଆନ୍‌ ଗୁଲ୍‌ଡ ସଂଖ୍ୟାଧିକ ମ୍ୟାଚ୍‌ ପରିଚାଳନା କରିଛନ୍ତି। ତେବେ ମ୍ୟାଚ୍‌ ପରିଚାଳନା ସମୟରେ ସେ ଅନେକ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ପାଖରୁ ମଧ୍ୟ ନିରୀକ୍ଷଣ କରିଥାନ୍ତି। ତେବେ ସେ କେଉଁ ବ୍ୟାଟ୍‌ସମ୍ୟାନ୍‌ଙ୍କ ଖେଳ ଦେଖିବାକୁ ଭଲ ପାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କ ନାମ କହିବାକୁ ତାଙ୍କୁ ପଚରା ଯାଇଥିଲା। ଏହି ପୂର୍ବତନ ଆଇସିସି ଏଲିଟ୍‌ ଅମ୍ପାୟାର ଉତ୍ତରରେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର ଜାକ୍ସ କାଲିସ୍‌, ମାଷ୍ଟର ବ୍ଲାଷ୍ଟର ଭାରତୀୟ କିଂବଦନ୍ତି ସଚିନ୍‌ ତେନ୍ଦୁଲକର ଏବଂ ଏବର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ନେଇଥିଲେ। ଦୁର୍ଭାଗ୍ୟବଶତଃ ସେ ରିକି ପଣ୍ଟିଂଙ୍କ ଭଳି ଖେଳାଳିଙ୍କ ଶ୍ରେଷ୍ଠ ବ୍ୟାଟିଂ ଦେଖିବାକୁ ପାଇନଥିଲେ ବୋଲି କହିଥିଲେ। ସେ ଜଣେ ଦୃଢ଼ ଚରିତ୍ରର ଏବଂ ଅବିଶ୍ବସନୀୟ ଅଧିନାୟକ। ଅଷ୍ଟ୍ରେଲିଆ ତାଙ୍କ ପାଇଁ ଗର୍ବିତ। ପଣ୍ଟିଂଙ୍କ ଖେଳକୁ ମଧ୍ୟ ସେ ଭଲ ପାଆନ୍ତି ବୋଲି କହିଛନ୍ତି ଗୁଲ୍‌ଡ।

କାଲିସ୍‌ଙ୍କ ଖେଳ ଦେଖିବାକୁ ମତେ ଖୁବ୍‌ ଭଲ ଲାଗେ। ସେ ଜଣେ ଅତି ଚମତ୍କାର ଖେଳାଳି। ସଚିନ୍‌ ଏବଂ ବିରାଟ ମଧ୍ୟ। ଏହି ତିନି ଜଣଙ୍କ ଖେଳ ମୁଁ ନିୟମିତ ଦେଖିବାକୁ ଭଲପାଏ। ସଚିନ୍‌ଙ୍କ ଖେଳ ଦେଖିଲା ବେଳେ ମୁଁ ଉଠେନାହିଁ ବୋଲି ଗୁଲ୍‌ଡ କହିଛନ୍ତି। ୨୦୧୯ରେ ଆଇସିସି ଏଲିଟ୍‌ ପ୍ୟାନେଲ ଅମ୍ପାୟାରରୁ ଅବସର ନେଇଥିବା ଗୁଲ୍‌ଡ ତାଙ୍କ ୧୩ ବର୍ଷର ଲମ୍ବା ଜୀବନକାଳରେ ୨୫୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିଥିଲେ। ନିଜର ଶ୍ରେଷ୍ଠ ୩ ଜଣଙ୍କ ବ୍ୟାଟିଂ ଦେଖିଛନ୍ତି। ସେମାନଙ୍କ ମଧ୍ୟରୁ ସଚିନ୍‌ଙ୍କ କୀର୍ତ୍ତିମାନକୁ ବିରାଟ ଭାଙ୍ଗି ଦେଇପାରିବେ ବୋଲି ଅଧିକାଂଶ ମତ ଦିଅନ୍ତି। ସଚିନ୍‌ ୧୦୦ ଆନ୍ତର୍ଜାତିକ ଶତକ ଜମାଇଥିଲା ‌ବେଳେ ବିରାଟଙ୍କ ଶତକ ସଂଖ୍ୟା ୭୦ ହୋଇଗଲାଣି। ତେବେ କାଲିସ୍‌ ୧୬୬ ଟେଷ୍ଟ୍‌, ୩୨୮ ଦିନିକିଆ ଏବଂ ୨୫ ଟ୍ବେଣ୍ଟିଂ ଆନ୍ତର୍ଜାତିକ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ ଖେଳିଥିଲା ବେଳେ ମୋଟ ୨୫,୫୩୪ ରନ୍‌ କରିଛନ୍ତ ଏବଂ ୫୭୭ ୱିକେଟ୍‌ ଅକ୍ତିଆର କରିଥିଲେ। ସେଥିପାଇଁ ବିଶ୍ବ କ୍ରିକେଟ୍‌ରେ ତାଙ୍କୁ ମହାନ୍‌ ଅଲ୍‌ରାଉଣ୍ଡର କୁହାଯାଇପାରିବ ବୋଲି ଗୁଲ୍‌ଡ ମତ ରଖିଛନ୍ତି। ଯେଉଁଥିପାଇଁ ନିଜର ଶ୍ରେଷ୍ଠ ୩ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ତାଙ୍କୁ ହିଁ ପ୍ରଥମେ ରଖିଛି। ଖାସ୍‌ ସେଇଥିପାଇଁ ଅଧିକାଂଶ କ୍ରିକେଟ ପଣ୍ଡିତ କାଲିସ ଓ ସାର୍‌ ଗ୍ୟାରି ସୋବର୍ସଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ଏପର୍ଯ୍ୟନ୍ତ ସକ୍ଷମ ହେଉନାହାନ୍ତି ବୋଲି ଗୁଲ୍‌ଡ କହିଛନ୍ତି।

ସମ୍ବନ୍ଧିତ ଖବର