ମୁମ୍ବାଇ: ରବିବାର ରାତିରେ ଭାରତୀୟ କ୍ରିକେଟ୍ରେ ନାଟକୀୟ ମୁହୂର୍ତ ଦେଖିବାକୁ ମିଳିଥିବା ବେଳେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇର ନୂଆ ସଭାପତି ପ୍ରାର୍ଥୀ କରିବା ଲାଗି ସର୍ବସମ୍ମତ ହୋଇଛନ୍ତି। ଏହାଠାରୁ ବଡ଼ ନାଟକୀୟ ମୁହୂର୍ତ ମଧ୍ୟ ଦୁବାଇରେ ଥିବା ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) କାର୍ଯ୍ୟାଳୟରେ ନଜରକୁ ଆସିଥିଲା। ସୋମବାର ଏଠାରେ ଆଇସିସିର ବୋର୍ଡ ବୈଠକ ବସିଥିବା ବେଳେ ପରିଚାଳନା ପରିଷଦର ନୂଆ ତଥା ବିବାଦୀୟ ଏଫ୍ଟିପି (ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍)କୁ ଅନୁମୋଦନ ପ୍ରସ୍ତାବ ଆସିଥିଲା। ବିସିସିଆଇ କିନ୍ତୁ ଏହାକୁ ସ୍ପଷ୍ଟ ଭାବେ ଏହାକୁ ବିରୋଧ କରିଛି। ଆଇସିସି ମୁଖ୍ୟ ଶଶାଙ୍କ ମନୋହର କିନ୍ତୁ ନିଜ ଢଙ୍ଗରେ ଏହାକୁ ଅନୁମୋଦନ କରି ନେବାକୁ ପ୍ରୟାସ କରିଥିଲେ। ଭାରତ ସହିତ ଅନ୍ୟ ଦୁଇ ପ୍ରମୁଖ ଦେଶର କ୍ରିକେଟ୍ ସଂଘ କ୍ରିକେଟ୍ ଅଷ୍ଟ୍ରେଲିଆ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟ ବିରୋଧ କରିଛନ୍ତି। ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍ ଏବଂ ୱେଷ୍ଟଇଣ୍ଡିଜ୍ ପାଇଁ କିନ୍ତୁ ଅନୁମୋଦନ ଲାଗି ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ଆଇସିସି ସିଇଓ ମନୁ ସାହନି ଅନ୍ୟ ସଦସ୍ୟମାନଙ୍କୁ ଉପେକ୍ଷା କରି ଏହି ପ୍ରସ୍ତାବକୁ ଅନୁମୋଦନ କରିନେବା ଯୋଜନା କରିଥିଲେ। ବିସିସିଆଇ ସିଇଓ ରାହୁଲ ଜୋହରି କିନ୍ତୁ ସାହନିଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ବିସିସିଆଇରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଏ ପ୍ରସଙ୍ଗରେ ଆଲୋଚନା ଏବଂ ଅନୁମୋଦନ ଲାଗି ଯଥେଷ୍ଟ ସମୟ ନାହିଁ। ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ବିସିସିଆଇରେ ଏହା ଆଲୋଚିତ ହେବା ଆବଶ୍ୟକ ରହିଛି ବୋଲି ଜୋହରି ସ୍ପଷ୍ଟ କରି ଦେଇଥିଲେ। କିନ୍ତୁ ବିସିସିଆଇ କାମଚଳା ସମ୍ପାଦକ ଅନିରୁଦ୍ଧ ଚୌଧୁରୀଙ୍କ ଆଇସିସି ବୋର୍ଡ ବୈଠକରେ ଅଂଶଗ୍ରହଣକୁ ଅବୈଧ ବିବେଚନା କରିଛି ଆଇସିସି। ଏଥି ପାଇଁ ସେ ଏଫ୍ଟିପି ପ୍ରସଙ୍ଗରେ ବି ଅଲୋଚନାରେ ଭାଗ ନେଇ ପାରିବେ ନାହିଁ କି ଭୋଟ୍ ଦେଇ ପାରିବେ ନାହିଁ। ଆଇସିସି ନିକଟରେ ଏହାକୁ ଅନୁମୋଦନ ଲାଗି ଯଥେଷ୍ଟ ଭୋଟ୍ ରହିଛି ବୋଲି ମଧ୍ୟ ଦାବି କରାଯାଇଛି।
ଏହି ବୈଠକରେ ମଧ୍ୟ ପ୍ରତି ୩ ବର୍ଷରେ ଦିନିକିଆ ବିଶ୍ବକପ୍ ଏବଂ ପ୍ରତି ୨ ବର୍ଷରେ ଟି-୨୦ ବିଶ୍ବକପ୍ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ଏହାକୁ ମଧ୍ୟ ‘ବିଗ୍ ଥ୍ରୀ’ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ବିରୋଧ କରିବେ। କାରଣ ସେମାନଙ୍କ ଦ୍ବିପାକ୍ଷିକ କାର୍ଯ୍ୟକ୍ରମ ପ୍ରଭାବିତ ହେବା ଆଶଙ୍କା ରହିଛି।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ନୂଆ ଏଫ୍ଟିପିକୁ ‘ବିଗ୍ ଥ୍ରୀ’ଙ୍କ ବିରୋଧ
/sambad/media/post_attachments/wp-content/uploads/2019/04/icc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)