ଭୁବନେଶ୍ୱର: ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପ୍ରତିଯୋଗୀଙ୍କ ଆଗ୍ରହ ଉତ୍ସାହଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଖେଳ ଜୀବନ ଭାବେ ଗଢ଼ି ତୋଳିବାକୁ ଏବେ ଆଉ ୩ ଜଣ ଉଦୀୟମାନ ପ୍ରତିଭା ରାଜ୍ୟ ଛାଡ଼ିଛନ୍ତି। ସେମାନେ ହେଲେ ଚିନ୍ମୟ ମହାରଣା, ଅନୀତା ସ୍ୱାଇଁ ଏବଂ ସସ୍ମିତା ପ୍ରଧାନ। ରାଜ୍ୟର ସର୍ବପୁରାତନ ଦୁଃସାହସିକ କ୍ରୀଡ଼ା ଅନୁଷ୍ଠାନ ଆସା (ଆସୋସିଏସନ୍ ଫର ଆଡଭେଞ୍ଚର୍ ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍) ପକ୍ଷରୁ ମନୋନୀତ ଏହି ୩ ଜଣ ଦାର୍ଜିଲିଂସ୍ଥିତ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ (ଏଚ୍ଏମ୍ଆଇ) ରେ ତାଲିମ ନେବେ। ଚିନ୍ମୟ ଆଡଭାନ୍ସ ମାଉଣ୍ଟେନିୟରିଂ କୋର୍ସ (ଏଏମ୍ସି) ଏବଂ ଅନୀତା ଓ ସସ୍ମିତା ବେସିକ୍ ମାଉଣ୍ଟେନିୟରିଂ କୋର୍ସ (ବିଏମସି) କରିବେ। ସୂଚନାଯୋଗ୍ୟ, ଗତମାସରେ ହିମାଚଳ ପ୍ରଦେଶର ମନାଲି ପର୍ବତାଞ୍ଚଳରେ ଏକ ଶୀତକାଳୀନ ଦୁଃସାହସିକ ଉତ୍ସବରେ ଏମାନେ ସାମିଲ ହୋଇ ପ୍ରାରମ୍ଭିକ ଅଭିଜ୍ଞତା ଅର୍ଜନ କରିଥିଲେ। ପୂର୍ବଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେମାନେ ଆଗକୁ ବଢ଼ିଥିଲେ। ସଂଯୋଗବଶତଃ ଏଚ୍ଏମ୍ଆଇରେ ଏବେ ପ୍ରଥମ ଓଡ଼ିଆ ଭାବେ ଅନ୍ୟତମ ଏଭେରେଷ୍ଟ୍ ବିଜେତା ଦେବୀଦତ୍ତ ପଣ୍ଡା ଅଧ୍ୟକ୍ଷ ନିଯୁକ୍ତ ଅଛନ୍ତି।
ପର୍ବତାରୋହଣ ପାଠ୍ୟକ୍ରମ ଲାଗି ଗଲେ ୩ ଓଡ଼ିଆ
/sambad/media/post_attachments/wp-content/uploads/2017/10/climb-mountain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)