ଭୁବନେଶ୍ବର : ଓଡ଼ିଶା ମହିଳା ଦଳ ବର୍ଧମାନଠାରେ ଆୟୋଜିତ ଜାତୀୟ ଥ୍ରୋବଲ୍ ପ୍ରତିଯୋଗିତାରେ ଉପବିଜେତା ହେବାର ଗୌରବ ଅର୍ଜନ କରିଛି। ସେମିଫାଇନାଲ୍ରେ ୪ ଥରର ବିଜେତା ତାମିଲନାଡ଼ୁକୁ ୧୫-୧୨, ୧୫-୯ରେ ହରାଇ ଓଡ଼ିଶା ୧୮ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲା। ହେଲେ ଫାଇନାଲ୍ରେ ଏହି ଦଳ ୧୦-୧୫, ୧୨-୧୫ରେ ଦିଲ୍ଲୀଠୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ତେବେ ଓଡ଼ିଶା ପୁରୁଷ ଦଳ ସେମିଫାଇନାଲ୍ରୁ ହାରି ବିଦାୟ ନେଇଥିଲା। ଆୟୋଜକ ପଶ୍ଚିମବଙ୍ଗଠୁ ୮-୧୫, ୧୨-୧୫ରେ ହାରି ପୁରୁଷ ଦଳ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା। ଉପବିଜେତା ମହିଳା ଦଳକୁ ଓଡ଼ିଶା ଅଲିମ୍ପିକ୍ସ ସଂଘର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଥ୍ରୋବଲ୍ ସଂଘର ସଭାପତି ଉପେନ୍ଦ୍ର ସିଂହ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ଥ୍ରୋବଲ୍ ପ୍ରତିଯୋଗିତାରେ ଓଡ଼ିଶା ମହିଳାଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2020/01/7-Women-Throw-Ball.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)