ଭୁବନେଶ୍ବର: ଭୁବନେଶ୍ବର ଟାଏକୋଣ୍ଡୋ ସ୍ପୋଟ୍ସ ସଂଘ ଆନୁକୂଲ୍ୟରେ ଭିଏସ୍ଏସ୍ ନଗର କଲ୍ୟାଣ ମଣ୍ଡପଠାରେ ଦ୍ବିତୀୟ ଭୁବନେଶ୍ବର ଟାଏକୋଣ୍ଡୋ (କିରୋଗି ଓ ପୁମ୍ସା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ଆୟୋଜିତ ଏହି ପ୍ରତିଯୋଗିତାରେ ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ୬୦ ଜଣ ସ୍ବର୍ଣ୍ଣ, ୩୯ ଜଣ ରୌପ୍ୟ ଏବଂ ୩୭ ଜଣ କାଂସ୍ୟ ପଦକ ଜିତିଥିଲେ। ଏଠାରେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିବା ୯୯ ପ୍ରତିଯୋଗୀ ରାଜ୍ୟ ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୀତ ହୋଇଛନ୍ତି ବୋଲି ଆୟୋଜକ ସଂଘର ସମ୍ପାଦକ ଉପନ୍ଦ୍ରେ ମହାନ୍ତି ସୂଚନା ଦେଇଛନ୍ତି। ଉଦ୍ଯାପନୀ ଉତ୍ସବରେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ସ୍ନେହାସିନୀ ମହାନ୍ତି, ଅଜୟ କୁମାର ଜେନା ଏବଂ ରଂଜନ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ କୃତୀପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଶ୍ରୀକାନ୍ତ ପରିଡ଼ା ଅବ୍ଜରବର ଏବଂ ସେଖ୍ ସାମିଏର ରହେମାନ, ଊଷାକିରଣ ପଟ୍ଟନାୟକ, ମୌଲିନ୍ଦୁ ମହାନ୍ତ, ପ୍ରଶାନ୍ତ ପାତ୍ର, ସମାନ୍ୟ ସ୍ବାଇଁ, ପ୍ରହଲ୍ଲାଦ ସାହା ରେଫରି ଥିଲେ।
ଭୁବନେଶ୍ବର ଟାଏକୋଣ୍ଡୋ ଉଦ୍ଯାପିତ
/sambad/media/post_attachments/wp-content/uploads/2019/07/Untitled-5-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)