ଓଡ଼ିଶା ହକି ବିଶ୍ୱକପ୍‌: ଉଦ୍‌ଘାଟନୀ ସମାରୋହ ପାଇଁ ୨୦ରୁ ମିଳିବ ଅନ୍‌ଲାଇନ୍‌ ଟିକେଟ୍‌

କଳିଙ୍ଗ ଷ୍ଟାଡିୟମ୍‌ ଏବଂ ବାରବାଟୀ ଷ୍ଟାଡିୟମରେ ସମାରୋହର ହେବ ଆୟୋଜନ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ୨ ସପ୍ତାହରୁ ମଧ୍ୟ କମ୍‌ ସମୟ ଅଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପରେ ୧୬ଟି ଟିମ୍‌ ଲଢ଼ାଇ କରିବେ। ଏହା ପୂର୍ବରୁ ହକି ଇଣ୍ଡିଆ ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ନଭେମ୍ବର ୨୮ରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି ନେଇ ଘୋଷଣା କରିଛି।

ସାଧାରଣ ଦର୍ଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଇଥିବା ଘୋଷଣା ଅନୁସାରେ ଉଭୟ ସ୍ଥାନର କାର୍ଯ୍ୟକ୍ରମ ପାଇଁ ୱେବ୍‌ସାଇଟ୍‌ http://ticketgenie.in ଜରିଆରେ ଅନ୍‌ଲାଇନ୍‌ ଟିକେଟ ଉପଲବ୍ଧ ହେବ। ଏଥି ପାଇଁ ଦର୍ଶକ ତଥା ଇଚ୍ଛୁକ ବ୍ୟକ୍ତିମାନେ ନଭେମ୍ବର ୨୦ ଅପରାହ୍ନ ୧୨ଟାରୁ ଟିକେଟ କିଣି ପାରିବେ। ଉଭୟ କାର୍ଯ୍ୟକ୍ରମରେ ବଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ପରଫରମାନ୍ସ ଦେବେ। ଏଥିରେ ବଲିଉଡର କିଛି ସେଲିବ୍ରେଟି ସାମିଲ ରହିବେ।

ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ କିଣାଯାଇଥିବା ଟିକେଟ ନଭେମ୍ବର ୨୨ ଅପରାହ୍ନ ୩ଟାରୁ କଳିଙ୍ଗ ଷ୍ଟାଡିୟମର ଗେଟ୍‌ ନମ୍ବର ୪ରୁ ମିଳିବ। ଏତଦ୍‌ ବ୍ୟତୀତ ପ୍ରଶଂସକମାନେ କଟକ ଓ ଭୁବନେଶ୍ୱରରେ ଖୋଲାଯାଇଥିବା ଅନ୍ୟ ଟିକେଟ କାଉଣ୍ଟରରୁ ଟିକେଟ ନେଇ ପାରିବେ।

ସମ୍ବନ୍ଧିତ ଖବର