ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କ୍ରାସ୍ ହୋଇଗଲା ଟିକେଟ ବିକ୍ରି ୱେବସାଇଟ

ନୂଆଦିଲ୍ଲୀ: ୨୭ ଅଗଷ୍ଟରୁ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି | ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୮ରେ ପାକିସ୍ତାନ ସହିତ ଖେଳାଯିବ | ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଭାରତୀୟ ଦଳ ଅଗଷ୍ଟ ୨୦ ରେ ଏସିଆ କପ୍ ଅଭିମୁଖେ ଯାତ୍ରା କରିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇଛନ୍ତି। ତେବେ ଏହି ମ୍ୟାଚ୍ ପାଇଁ ଟିକେଟ୍ ଚାହିଦା ଜୋରଦାର ରହିଛି | ଏବେ ଖବର ଆସିଛି ଯେ ଟିକେଟ ଚାହିଦା ଏତେ ଅଧିକ ରହିଛି ଯେ ଆଜି ଅଫିସିଆଲ୍ ଟିକେଟ ୱେବସାଇଟ୍ କ୍ରାସ୍ ହୋଇଯାଇଛି |

ମିଳିଥିବା ସୂଚନା ମୁତାବକ ୟୁଏଇରେ ମ୍ୟାଚ୍ ଟିକେଟ୍ ବୁକ୍ କରିବା ପାଇଁ ପ୍ଲାଟିନଲିଷ୍ଟ ନାମକ ୱେବସାଇଟକୁ ବହୁ ସଂଖ୍ୟକ ଦର୍ଶକ ଖୋଲିବାରୁ ଏହା ଅଚଳ ହୋଇଯାଇଥିଲା | ତେବେ ୱେବସାଇଟ ଅଚଳ ହୋଇଥିବା ଯୋଗୁଁ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ ମିଳିବାରେ ବିଳମ୍ବ ହୋଇଥିଲା | ଯାହାକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ଭାରତ ଏବଂ ପାକିସ୍ତାନ ଦଳ ପ୍ରଶଂସକଙ୍କଠାରୁ ବହୁତ ସମର୍ଥନ ପାଇଥାନ୍ତି।

ସୂଚନା ଥାଉ କି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ପାଇଁ ସବୁବେଳେ ଭିଡ ହୋଇଥାଏ | ଉଭୟ ଦେଶର ପ୍ରଶଂସକମାନେ ଏହି ମ୍ୟାଚ୍ ହାତଛଡ଼ା କରିବାକୁ ଚାହିଁନଥାନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ | ଏଥି ସହିତ, ଏସିଆ କପ୍ ୨୦୨୨ର ଫାଇନାଲ୍ ସେପ୍ଟେମ୍ବର ୧୧ରେ ଖେଳାଯିବ |

ସମ୍ବନ୍ଧିତ ଖବର