ବାରବାଟୀ ଟି-୨୦ ପାଇଁ ଏଥର ଷ୍ଟାଡିୟମ କାଉଣ୍ଟରରେ ଟିକେଟ ବିକ୍ରି ହେବ ନାହିଁ। ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର ଭାବେ ଶୀତତାପ ନିୟନ୍ତ୍ରିତ ଭ୍ରାମ୍ୟମାଣ ଷ୍ଟିଲ୍ ବିଲ୍ଡି˚ର ବ୍ୟବସ୍ଥା କରାଯାଉଛି। ପୂର୍ବରୁ ରହିଥିବା ଷ୍ଟାଡିୟମ କାଉଣ୍ଟର ପାଖରେ ଏହି ଭ୍ରାମ୍ୟମାଣ ବିଲ୍ଡି˚ ରଖାଯିବ। ଏହା ଷ୍ଟିଲ୍ରେ ନିର୍ମାଣ ହେଉଥିବା ବେଳେ ଭିତରେ ଶୌଚାଳୟ, ପାଣି ଇତ୍ୟାଦିର ବ୍ୟବସ୍ଥା ରହିବ। ପୂର୍ବରୁ ରହିଥିବା କାଉଣ୍ଟରରେ ଖରାବେଳେ ଟିକଟ ବିକ୍ରି କରିବାରେ ବ୍ୟାଙ୍କ କର୍ମଚାରୀଙ୍କୁ ନାନା ଅସୁବିଧା ହେଉଥିଲା। ପ୍ରବଳ ଗରମ ହେଉଥିଲା ବେଳେ ଶୌଚାଳୟ ଯିବାକୁ ହେଲେ ଦୂରକୁ ଯିବାକୁ ପଡୁଥିଲା। ହେଲେ ନୂଆ ଷ୍ଟିଲ ବିଲ୍ଡି˚ରେ ସବୁକିଛି ସୁବିଧା ଉପଲବ୍ଧ ଥିବାରୁ ତାହା ଭିତରେ ବ୍ୟାଙ୍କ କର୍ମଚାରୀ ରହି ଟିକଟ ବିକ୍ରି କରିବେ। ତେଣୁ ଓସିଏ ପକ୍ଷରୁ ତିନିଟି ଭ୍ରାମ୍ୟମାଣ ଷ୍ଟିଲ ବିଲ୍ଡି˚ ନିର୍ମାଣ କରାଯାଉଛି। ୧୦ ଫୁଟରେ ୨୦ ଫୁଟ ମାପର ଦୁଇଟି ଏବ˚ ୧୦ ଫୁଟରେ ୧୦ ଫୁଟ ମାପର ଗୋଟିଏ ଷ୍ଟିଲ ବିଲ୍ଡି˚ ନିର୍ମାଣ କରାଯାଉଛି। ବଡ଼ ବିଲ୍ଡି˚ରେ ୫ଟି ଲେଖାଏଁ ଝରକାରେ ଟିକଟ ମିଳିବ। ଏଗୁଡ଼ିକରେ ଗ୍ୟାଲେରି ଟିକଟ ବିକ୍ରି ହେବ। ତେବେ ଛୋଟ ଷ୍ଟିଲ ବିଲ୍ଡି˚ରେ ଦାମୀ ଟିକଟ ଗୁଡ଼ିକ ୩ଟି ଝରକା ମାଧ୍ୟମରେ ବିକ୍ରି କରାଯିବ। ଏହି ଷ୍ଟିଲ ବିଲ୍ଡି˚ଗୁଡ଼ିକୁ ଷ୍ଟାଡିୟମର କାଉଣ୍ଟର ପାଖରେ ରଖାଯିବ। ତେଣୁ ଏଥର ଟିକଟ ବିକ୍ରିରେ କୌଣସି ପ୍ରକାରର ସମସ୍ୟା ରହିବନି ବୋଲି ଓସିଏ ପକ୍ଷରୁ କୁହାଯାଇଛି।
ଷ୍ଟାଡିୟମ୍ କାଉଣ୍ଟରରେ ଟିକେଟ୍ ମିଳିବନି: ୩ଟି ଶୀତତାପ ନିୟନ୍ତ୍ରିତ ଭ୍ରାମ୍ୟମାଣ ଷ୍ଟିଲ୍ ବିଲ୍ଡି˚ରେ ବିକ୍ରି ହେବ
/sambad/media/post_attachments/wp-content/uploads/2017/12/Barabati-stadium-ticket-counter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)