ସେଞ୍ଚୁରିଅନ୍: ଭାରତୀୟ କ୍ରିକେଟ୍ ଟିମ୍ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମୁକାବିଲା ବୁଧବାର ସେଞ୍ଚୁରିଅନ୍ ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମୁକାବିଲାରେ ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଯୁବ ବ୍ୟାଟର ତିଲକ ବର୍ମା ବିସ୍ଧୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ଏଥି ସହିତ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ରେ ନିଜର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୯ ରନ୍ ସଂଗ୍ରହ କରିଛି। ଫଳରେ ଘରୋଇ ଦଳକୁ ୨୨୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଭାରତର ପାଳି ଆରମ୍ଭ କରିଥିଲେ ସଂଜୁ ସାମସନ୍ ଓ ଅଭିଷେକ ଶର୍ମା। ସଂଜୁ ସାମସନ୍ ଆଉଟ୍ ହେଲା ପରେ ତିଲକ ବର୍ମା ପଡ଼ିଆକୁ ଓହ୍ଲାଇଥିଲେ ଏବଂ ଅଭିଷେକଙ୍କ ସହିତ ପ୍ରଥମ ୱିକେଟ୍ରେ ୧୦୬ ରନ୍ର ଭାଗିଦାରୀ କରିପାରିଥିଲେ। ତିଲକ ବର୍ମା ଅପରାଜିତ ରହି ୧୦୭ ରନ୍ ସଂଗ୍ରହ କରିଛନ୍ତି। ସେ ୫୬ଟି ବଲ୍ ଖେଳି ୮ଟି ଚୌକା ଓ ୭ଟି ଛକା ମାରିଛନ୍ତି।
ଭାରତୀୟ ଯୁବ ବ୍ୟାଟର ତିଲକ ବର୍ମା ଅପରାଜିତ ରହି ୧୦୭ ରନ୍ ସଂଗ୍ରହ କରିଛନ୍ତି। ସେ ୫୬ଟି ବଲ୍ ଖେଳି ୮ଟି ଚୌକା ଓ ୭ଟି ଛକା ମାରିଛନ୍ତି।
ଯୁବ ବ୍ୟାଟର ଅଭିଷେକ ଶର୍ମା ଅର୍ଦ୍ଧଶତକ (୫୦ରନ୍) ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍ ଖେଳି ୩ଟି ଚୌକା ଓ ୫ଟି ଛକା ମାରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ରୁ ୧୮ ରନ୍ ଅମଳ ହୋଇଥିଲା। ପାଣ୍ଡ୍ୟା ୧୬ଟି ବଲ୍ ଖେଳି ୩ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନ୍ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦର୍ଶକମାନଙ୍କୁ ନିରାଶ କରିଥିଲେ। ସାମସନ୍ ଖାତା ଖୋଲି ନପାରି ପଡ଼ିଆରୁ ଫେରିଥିବା ବେଳେ ସୂର୍ଯ୍ୟକୁମାର ମାତ୍ର ୧ ରନ୍ ସଂଗ୍ରହ କରିଥିଲେ।