ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ହେଲେ ଏବେ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (DGHS) IPL ସମୟରେ ସରୋଗେଟ୍ ବିଜ୍ଞାପନ ଏବଂ ତମାଖୁ, ମଦ ବିଜ୍ଞାପନ ନିଷେଧ କରିବାକୁ IPL ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି ।
ଚିଠିରେ ଲେଖାଯାଇଛି ଯେ, ବର୍ତ୍ତମାନ ଭାରତରେ ମଧୁମେହ, ଫୁସଫୁସ ରୋଗ, କର୍କଟ ଭଳି ଗମ୍ଭୀର ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ରୋଗଗୁଡ଼ିକର ବୃଦ୍ଧିର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ । ତମାଖୁ ଯୋଗୁଁ ସର୍ବାଧିକ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ପ୍ରତିବର୍ଷ ଭାରତରେ ୧୪ ଲକ୍ଷ ଲୋକ ମଦ୍ୟପାନ ଯୋଗୁଁ ମୃତ୍ୟୁବରଣ କରନ୍ତି । ପୂର୍ବରୁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଟୁର୍ଣ୍ଣାମେଣ୍ଟ ସମୟରେ ମଦ୍ୟପାନ ଏବଂ ତମାଖୁର ପ୍ରଚାର ଉପରେ ନିଷେଧ କରିବାକୁ ସୁପାରିଶ କରିଥିଲା ।
Directorate General of Health Services (DGHS) writes to IPL Chairperson regarding the regulation of Tobacco and Alcohol advertisements including surrogate advertisementing and sales during the IPL season starting from 22nd March. pic.twitter.com/0kNvKHzWet
— ANI (@ANI) March 10, 2025
-IPL ମ୍ୟାଚ୍ ସମୟରେ ଷ୍ଟାଡିୟମ ଭିତରେ ଏବଂ ବାହାରେ ପ୍ରସାରଣ ପ୍ଲାଟଫର୍ମରେ ସମସ୍ତ ପ୍ରକାରର ତମାଖୁ ଏବଂ ମଦ୍ୟପାନ ବିଜ୍ଞାପନକୁ ନିଷିଦ୍ଧ ରହିବ ।
-ଷ୍ଟାଡିୟମ ଏବଂ IPL ମ୍ୟାଚ୍ ଖେଳାଯାଉଥିବା ଷ୍ଟାଡିୟମ ନିକଟରେ ଏବଂ ମଦ୍ୟପାନ ବିକ୍ରୟ ନିଷେଧ ।
-ଯୁବପିଢ଼ିଙ୍କ ପାଇଁ ଆଦର୍ଶ ହୋଇ, କ୍ରୀଡ଼ା ଜଗତ ସହିତ ଜଡିତ ଲୋକମାନେ କୌଣସି ପ୍ରକାର ମଦ ଏବଂ ତମାଖୁ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିବେନି ଧ୍ୟାନ ଦେବାକୁ ହେବ ।
ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ବଡ଼ ଟ୍ୱେଣ୍ଟି-ଟ୍ୱେଣ୍ଟି ଲିଗ୍ । ସାରା ବିଶ୍ୱରେ ଏହି ଲିଗ୍ ପାଇଁ କ୍ରେଜ୍ ରହିଛି । ପ୍ରତ୍ୟେକ ମ୍ୟାଚ୍ ପାଇଁ ଟିକେଟ୍ ପାଇଁ ଭିଡ଼ ଲାଗି ରହିଥାଏ । ପ୍ରତିବର୍ଷ ଷ୍ଟାଡିୟମରେ ସର୍ବାଧିକ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସି ରେକର୍ଡ କରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଜିଓଷ୍ଟାର ଆଇପିଏଲ ୨୦୨୫ ପାଇଁ ୪୫୦୦ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖିଛି । ଆକଳନ କରାଯାଉଛି ଯେ ସମସ୍ତ ୧୦ଟି ଦଳ ବିଜ୍ଞାପନରୁ ହିଁ ପ୍ରାୟ ୧୩୦୦ କୋଟି ଟଙ୍କା ରୋଜଗାର କରିବେ ।
ଆଇପିଏଲ ମ୍ୟାଚ୍ ସମୟରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତମାଖୁ ଇତ୍ୟାଦିର ବିଜ୍ଞାପନ ପ୍ରଦର୍ଶିତ ହୁଏ । ଏହା ଯୁବ ପିଢ଼ି ଉପରେ ଖରାପ ପ୍ରଭାବ ପକାଉଛି । ଏହି ବିଜ୍ଞାପନଗୁଡ଼ିକରୁ ବିସିସିଆଇ ମଧ୍ୟ ବହୁତ ଟଙ୍କା ରୋଜଗାର କରେ । ହେଲେ ଏଥର ତାହା ଆଉ ଦେଖିବାକୁ ମିଳିବ ନାହିଁ । ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା IPL ସିଜିନ୍ ସମୟରେ ସରୋଗେଟ୍ ବିଜ୍ଞାପନ ଏବଂ ବିକ୍ରୟ ସମେତ ତମାଖୁ ଏବଂ ମଦ୍ୟପାନ ବିଜ୍ଞାପନର ନିୟନ୍ତ୍ରଣ ସମ୍ପର୍କରେ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (DGHS) IPL ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।