ଆଜିର ଅର୍ଜୁନ:ସୁନା ଜୋତା ସ୍ୱପ୍ନରେ େଓ୍ଵର୍ନର

ମସ୍କୋ: ମସ୍କୋ ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ ସୁନା ଜୋତା ଜିତିବା ଦୌଡ଼ରେ ଥିବା ଖେଳାଳିଙ୍କ ମଧ୍ୟରେ ଜର୍ମାନିର ଯୁବ ତାରକା ଟିମ୍‌ େଓ୍ଵର୍ନର ଅନ୍ୟତମ। ଅଗ୍ରଭାଗରେ ଖେଳୁଥିବା େଓ୍ଵର୍ନର ଜର୍ମାନି ପକ୍ଷରୁ ମାତ୍ର ୧୪ ମ୍ୟାଚ୍‌ ଖେଳିଛନ୍ତି। ହେଲେ ସେଥିମଧ୍ୟରେ ୮ ଗୋଲ୍‌ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରି ସାରିଛନ୍ତି। ଜର୍ମାନିର ଘରୋଇ କ୍ଲବ୍‌ ଆର୍‌ବି ଲେପଜିଙ୍ଗରୁ କ୍ଲବ୍‌ ଫୁଟବଲ୍‌ ଖେଳୁଥିବା େଓ୍ଵର୍ନର ଚଳିତ ବର୍ଷ ବୁନ୍ଦେସ୍‌ଲିଗା ପ୍ରତିଯୋଗିତାରେ ୬ ମ୍ୟାଚ୍‌ ଖେଳି ୫ ଗୋଲ୍‌ ଦେଇଛନ୍ତି। ୨୦୧୩ରେ ବରିଷ୍ଠwସ୍ତରୀୟ ଫୁଟ୍‌ବଲ୍‌ରେ ପଦାର୍ପଣ କରିଥିବା ଏହି ୨୨ ବର୍ଷୀୟ ଖେଳାଳି ସମ୍ମାନଜନକ ବୁନ୍ଦେସଲିଗାରେ ୧୦୦ ଏବଂ ୧୫୦ ମ୍ୟାଚ୍‌ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଲାଭ କରି ସାରିଛନ୍ତି। ଜର୍ମାନି ପକ୍ଷରୁ ଦୁଇଟି ମ୍ୟାଚ୍‌ରେ ଦୁଇଟି ଗୋଲ୍‌ ଦେବାରେ ମଧ୍ୟ ସେ ସର୍ବକନିଷ୍ଠ ଖେଳାଳି ହୋଇ ସାରିଛନ୍ତି। ଯୁବ ଫୁଟ୍‌ବଲ୍‌ରେ ଗୋଲ୍‌ ବର୍ଷା ପାଇଁ ପରିଚିତ େଓ୍ଵର୍ନର ଗତବର୍ଷ ହିଁ ଜର୍ମାନି ଜାତୀୟ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଗତବର୍ଷ ହିଁ ଜର୍ମାନିର କନଫିଡିରେସନ୍‌ କପ୍‌ ବିଜୟରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ତିନିଟି ଗୋଲ୍‌ ଦେଇ ଏହି ପ୍ରତିଯୋଗିତାରେ ସୁନା ଜୋତା ହାସଲ କରିଥିଲେ। ୧୯୯୬ ମସିହା ମାର୍ଚ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଜର୍ମାନି ଗତଥରର ବିଜେତା ଭାବେ ମସ୍କୋ ଯାଇଥିଲା ବେଳେ େଓ୍ଵର୍ନର ପ୍ରଥମ ଥର ବିଶ୍ୱକପ୍‌ ବିଜୟୀ ଦଳରେ ସଦସ୍ୟ ହେବାର ପ୍ରୟାସ କରିବେ।

ସମ୍ବନ୍ଧିତ ଖବର