ଆଜି ୪୭ ବର୍ଷରେ ପାଦ ଥାପିଲେ କ୍ରିକେଟ୍ ଜଗତର ପ୍ରତିିଭାବାନ୍ ଖେଳାଳୀ ସୌରଭ ଗାଙ୍ଗୁଲୀ , ସେ କ୍ୟାପଟେନ ଥିବା ସମୟରେଏହି ଖେଳାଳିମାନଙ୍କ ଭାଗ୍ୟ ଫିଟିଥିଲା

କୋଲକାତା:  ଟିମ୍ ଇଣ୍ଡିଆରେ “ଦାଦା” ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ୍ ଖେଳାଳି ସୌରଭ ଗାଙ୍ଗୁଲୀଙ୍କ ଆଜି ହେଉଛି ୪୭ ତମ ଜନ୍ମବାର୍ଷିକୀ । ଗାଙ୍ଗୁଲୀଙ୍କୁ ଭାରତର କ୍ରିକେଟ୍ ଜଗତରେ ସବୁଠାରୁ ପ୍ରତିଭାବାନ୍ ଅଧିନାୟକ ରୁପେ ସ୍ଥାନ ମିଳିଛି ଯିଏ ନିଜ ଟିମକୁ ଏକଜୁଟ୍ ହୋଇ ଖେଳିବାକୁ ପ୍ରେରଣା ଦେଇଥିଲେ । ଗାଙ୍ଗୁଲୀ  କ୍ୟାପଟେନ ଥିବା ସମୟରେ ଅନେକ ପ୍ରତିିଭାବାନ୍ ଖେଳାଳୀଙ୍କ ଭାଗ୍ୟ ଫିଟିଥିଲା । ‘ଗଡ୍ ଅଫ୍ କ୍ରିକେଟ୍’ର ପରିଚୟ ସୃଷ୍ଟି କରିଥିବା ଖେଳାଳୀ ସଚିନ ତେନ୍ଦୁଲକର୍ ସୌରଭଙ୍କ ଟିମକୁ ଆସିବା ପୂର୍ବରୁ ହିଁ ନାଁ କମାଇସାରିଥିଲେ । କିନ୍ତୁ ଗାଙ୍ଗୁଲି କ୍ୟାପଟେନ ଥିବା ସମୟରେ ଅନେକ ରେକର୍ଡ ନିଜ ନାଁରେ କରିପାରିଥିଲେ ସଚିନ। ଗାଙ୍ଗୁଲି ଥିବା ସମୟରେ ସେ ୪୨ ଟେଷ୍ଟ୍ ଖେଳିଥିଲେ ଏବଂ ୬୨.୮୦ ଓଭରରେ ୩୭୬୮ ରନ୍ କରିଥିଲେ ।

Image Courtesy: Youngisthan.in

ବିରେନ୍ଦ୍ର ସେହୱାଗ୍ ତଥା “ବିରୁ ପାଜି” ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ନିଜ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ । ପ୍ରଥମେ ନମ୍ବର ୬ ରେ ସେ ବ୍ୟାଟିଙ୍ଗ୍ କରିବାକୁ ଆସୁଥିଲେ । କିନ୍ତୁ ପରେ ପରେ ତାଙ୍କୁ ଓପନର ମଉକା ମଧ୍ୟ ଦିଆଗଲା । ୱାନଡେରେ ସେତେ ଚିତ୍ତାକର୍ଷକ ଖେଳି ନ ପାରିଥିଲେ ମଧ୍ୟ ଟେଷ୍ଟ୍ ରେ ସେ ଉନ୍ନତ ଖେଳି କ୍ରିକେଟପ୍ରେମୀଙ୍କ ପ୍ରିୟ ହୋଇପାରିଥିଲେ ।

 ଗାଙ୍ଗୁଲୀଙ୍କ କ୍ୟାପଟେନ୍ସିରେ ନିଜର ସ୍ୱର୍ଣ୍ଣିମ ସମୟ ଦେଖିଥିବା ଖେଳାଳ ହେଉଛନ୍ତି ରାହୁଲ୍ ଦ୍ରାବିଡ । ୪୯ ଟେଷ୍ଟରେ ୭୩.୩୧ ଓଭରରେ ୪୯୧୨ ରନ୍ କରିଥିଲେ ଏବଂ ୧୩୩ ୱାନଡେରେ ୪୨୨୩ ରନ୍ କରିଥିଲେ ।

ସମ୍ବନ୍ଧିତ ଖବର