ଆଜି ଦୂତିଙ୍କ ଦୌଡ଼

ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଦୂତି ଶନିବାର ପଦାର୍ପଣ କରିବେ। ୪ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ବଞ୍ଚିତ ହେବା ପରେ ଦୂତି ଏବେ ସବୁ ପ୍ରତିବଂଧକକୁ ପଛରେ ପକାଇଛନ୍ତି। ଦୂତିଙ୍କ ୧୦୦ ମିଟର ଯୋଗ୍ୟତା ପର୍ଯ୍ୟାୟ ଭାରତୀୟ ସମୟ  ସଂଧ୍ୟା ୬ଟାରେ ଆୟୋଜିତ ହେବ। ଶନିବାରଠାରୁ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଥିବା ବେଳେ ଦୂତିଙ୍କ ସହିତ ଜାଭଲିନ୍‌ ତାରକା ନୀରଜ ଚୋପ୍ରା ଏବଂ ସଦ୍ୟ କନିଷ୍ଠ ବିଶ୍ୱକପ୍‌ ସ୍ୱର୍ଣ୍ଣ ପଦକ ବିଜୟିନୀ ହୀମା ଦାସଙ୍କ ଉପରେ ମଧ୍ୟ ନଜର ରହିବ। ଗତଥର ଭାରତ ୫୭ ପଦକ ଜିତିଥିବା ବେଳେ ଦୌଡ଼କୁଦର ଅବଦାନ ଥିଲା ୧୩। ଭାରତ କେବେ ବି ଏସିଆଡ୍‌ରେ ଜାଭଲିନ୍‌ ସ୍ୱର୍ଣ୍ଣ ପଦକ ଜିତିନଥିବାରୁ ନୀରଜ ଇତିହାସ ରଚିବା ଆଶା ରହିଛି। କିନ୍ତୁ ଏହା ଏତେ ସହଜ ହେବ ନାହିଁ। ଅଗଷ୍ଟ ୨୭ ତାରିଖରେ ଫାଇନାଲ୍‌ ଖେଳାଯିବ। ଅନ୍ୟ ଖେଳାଳିଙ୍କ ମଧ୍ୟରୁ ମହମ୍ମଦ ଆନସ, ସୀମା ପୁନିଆ ଏବଂ ଜିନ୍‌ସନ୍‌ ଜନ୍‌ସନ୍‌ଙ୍କଠାରୁ ମଧ୍ୟ ଆଶା ରହିଛି।

ସମ୍ବନ୍ଧିତ ଖବର