ଆଜି ଦ୍ବିତୀୟ ମ୍ୟାଚ୍‌, ଆୟର୍ଲାଣ୍ଡକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଡବଲିନ୍: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ଜିତି ନେଇଛି। ତା ସହ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ୧୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୩ ୱିକେଟ୍ ହରାଇ ୯.୨ ଓଭରରେ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଦୀପକ ହୁଦା ୪୭*, ଈଶାନ କିଶନ ୨୬ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦ୍ରୁତ ୨୪ ରନ୍ କରିଥିଲେ। ଶୃଙ୍ଖଳାର ଦ୍ବିତୀୟ ତଥା ‌ଶେଷ ମ୍ୟାଚ୍ ମଙ୍ଗଳବାର ଖେଳାଯିବ।

ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ୧୨ ଓଭରରେ ୧୦୮/୪ (ହାରି ଟେକ୍ଟର ୬୪*, ଲୋର୍କାନ ଟକ୍କର ୧୮, ୟୁଝବେନ୍ଦ୍ର ଚହଲ ୧/୧୧, ଭୁବନେଶ୍ବର କୁମାର ୧/୧୬, ହାର୍ଦିକ୍‌ ପାଣ୍ଡ୍ୟା-୧/୨୬, ଆୱେସ ଖାନ୍‌-୧/୨୨, ଉମ୍ରାନ ମଲ୍ଲିକ ୦/୧୪)। ଭାରତ ୯.୨ ଓଭରରେ ୧୧୧/୩ (ଦୀପକ ହୁଦା-୪୭*, ଈଶାନ କିଶନ-୨୬, ହାର୍ଦିକ୍‌ ପାଣ୍ଡ୍ୟା-୨୪, ଦୀନେଶ କାର୍ତିକ-୫*, ସୂର୍ଯ୍ୟକୁମାର ଯାଦବ-୦, କ୍ରେଗ୍‌ ୟଙ୍ଗ୍‌-୨/୧୮, ଗୋସୁଆ ଲିଟଲ-୧/୩୧)।

ସମ୍ବନ୍ଧିତ ଖବର