ଜୋହର ବାହରୁ (ମାଲେସିଆ): ଅଷ୍ଟମ ସୁଲ୍ତାନ ଜୋହର୍ କପ୍ରେ ଦମ୍ଦାର ପ୍ରଦର୍ଶନ କରି ଆସିଥିବା ଭାରତୀୟ ଯୁବ ହକି ଦଳ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ମାଲେସିଆକୁ ୨-୧, ନ୍ୟୁଜିଲାଣ୍ଡ୍କୁ ୭-୧, ଜାପାନକୁ ୧-୦ ଏବଂ ଗତଥର ବିଜେତା ଅଷ୍ଟ୍ରେଲିଆକୁ ୫-୪ ଗୋଲ୍ରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ସହ ଫାଇନାଲ୍ ସ୍ଥାନ ପକ୍କା କରିସାରିଥିବା ଭାରତ ଶେଷରେ ପଞ୍ଚମ ମ୍ୟାଚ୍କୁ ଇଂଲଣ୍ଡଠାରୁ ହାରିଯାଇଛି। ଏହି ରୋମାଞ୍ଚକର ମ୍ୟାଚ୍ରେ ଗତବର୍ଷର ଉପବିଜେତା ଇଂଲଣ୍ଡ୍ ୩-୨ ଗୋଲ୍ରେ ବିଜୟୀ ହୋଇଥିଲା। ବିଷ୍ଣୁକାନ୍ତ ସିଂହ (ପଞ୍ଚମ ମିନିଟ୍) ଏବଂ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା (୨୦ ମିନିଟ୍) ଭାରତ ପାଇଁ ପେନାଲ୍ଟି କର୍ନରରୁ ଗୋଲ୍ କରିଥିଲା ବେଳେ ଇଂଲଣ୍ଡ ପକ୍ଷରୁ କାମେରନ୍ ଗୋଲ୍ଡେନ୍ (ଷଷ୍ଠ ମିନିଟ୍), ଷ୍ଟୁଆର୍ଟ ରୁସ୍େମର୍ (୩୯ ମିନିଟ୍) ଏବଂ ଅଧିନାୟକ ଏଡ୍ୱାର୍ଡ ୱେ (୫୧ ମିନିଟ୍) ଗୋଲ୍ ସ୍କୋରର୍ ରହିଥିଲେ। ତେବେ ଏହି ମ୍ୟାଚ୍ର ଫଳାଫଳ ଉଭୟ ଦଳକୁ ପ୍ରଭାବିତ କରିନାହିଁ। କାରଣ ଉଭୟ ଦଳ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଗ୍ରୁପ୍ ପର୍ଯ୍ୟୟରେ ମୋଟ ୫ ଲେଖାଏଁ ମ୍ୟାଚ୍ରୁ ୪ ବିଜୟ ସହ ୧୨ ପଏଣ୍ଟ୍ ପାଇ ଭାରତ ଶୀର୍ଷରେ ରହିଥିଲା ବେଳେ ୩ ବିଜୟ ଓ ଗୋଟିଏ ଅମୀମାଂସିତ ବଳରେ ୧୦ ପଏଣ୍ଟ୍ ପାଇ ଇଂଲଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି। ଉଭୟ ଭାରତ ଓ ଇଂଲଣ୍ଡ ଆସନ୍ତାକାଲି ଫାଇନାଲ୍ରେ ମୁହାଁମୁହିଁ ହେବେ।
ଜୋହର୍ କପ୍ ଫାଇନାଲ୍ରେ ଆଜି ଭାରତ-ଇଂଲଣ୍ଡ
/sambad/media/post_attachments/wp-content/uploads/2018/10/8-Indian-Junior-Mens-Hockey-Team-lose-2-3-to-Great-Britain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)