ସାଉଥମ୍ପଟନ୍: ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ବିଶ୍ବ କ୍ରିକେଟ୍ର ସବୁଠାରୁ ଚର୍ଚିତ ତଥା ଲୋକପ୍ରିୟ ଦଳ ଭାରତ ବୁଧବାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। କୋହଲି ବାହିନୀର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକା। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଯାହାକୁ ନେଇ ସମଗ୍ର ଭାରତବର୍ଷ ସହ କୋଟି କୋଟି କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି। ବିଶ୍ବକପ୍ ଆରମ୍ଭ ହେବାର ପାଖା ପାଖି ସପ୍ତାହକ ପରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ଅନ୍ୟ ପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ଦକ୍ଷିଣ ଆଫ୍ରିକା ତୃତୀୟ ମ୍ୟାଚ୍ ଲାଗି ପଡ଼ିଆକୁ ଓହ୍ଲାଇବ। ଚଳିତ ବିଶ୍ବକପ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନର ସମ୍ଭବତଃ ସବୁଠାରୁ ରୋମାଞ୍ଚକର ଏବଂ ଆହ୍ବାନପୂର୍ଣ୍ଣ ଯାତ୍ରା ହେବ। ପ୍ରଥମ ଥର ପାଇଁ କୋହଲି ଅଧିନାୟକ ଭାବେ କୌଣସି ବିଶ୍ବକପ୍ ଖେଳିବେ। ତାଙ୍କ ସହ ପୂରା ଭାରତୀୟ ଦଳ ଉପରେ ୧୩୦ କୋଟି ଭାରତୀୟଙ୍କ ନଜର ରହିବ। ୯ ଲିଗ୍ ମ୍ୟାଚ୍ରୁ ଅନ୍ତତଃ ୬ଟି ମୁକାବିଲା ଜିତିଲେ ଭାରତ ସେମିଫାଇନାଲ୍ ଖେଳିବ। ଏବେ କିନ୍ତୁ କୋହଲି ଏବଂ ତାଙ୍କ ଧୁରନ୍ଧରଙ୍କ ପ୍ରଥମ ଲକ୍ଷ୍ୟ ହେଉଛି ଦକ୍ଷିଣ ଆଫ୍ରିକା ମ୍ୟାଚ୍କୁ ଜିତିବା। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରଠାରୁ ଗତ ଦୁଇ ବର୍ଷ ଭିତରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରିଛି। ସେଥିପାଇଁ ଆୟୋଜକ ଇଂଲଣ୍ଡ ଭଳି ଭାରତ ମଧ୍ୟ ଦ୍ବାଦଶ ବିଶ୍ବକପର ଅନ୍ୟତମ ଦାବିଦାର ଆଖ୍ୟା ପାଇଛି। ଶେଷ ଅଭ୍ୟାସ ମ୍ୟାଚ୍ ଖେଳିବାର ୭ରୁ ଅଧିକ ଦିନ ପରେ ଭାରତ ତା’ର ପ୍ରଥମ ବିଶ୍ବକପ୍ ମ୍ୟାଚ୍ ଖେଳୁଛି। ସେଥିପାଇଁ କୋହଲି ବାହିନୀ ଉଭୟ ଶାରୀରିକ ଏବଂ ମାନସିକ ଭାବେ ମ୍ୟାଚ୍କୁ ନେଇ ବେଶ୍ ଉଲ୍ଲସିତ ଅଛି।
ଆଜିଠୁ ଭାରତର ଅଭିଯାନ ଆରମ୍ଭ
/sambad/media/post_attachments/wp-content/uploads/2019/06/Untitled-10-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)