ଭୁବନେଶ୍ବର : ଶନିବାର ଅନ୍ତର୍ଜାତୀୟ ଏଭେରେଷ୍ଟ୍ ଦିବସ। ଠିକ୍ ୬୮ ବର୍ଷ ତଳେ ଆଜିର ଦିନ (ମଇ ୨୯ ତାରିଖ, ୧୯୫୩) ରେ ସାର ଏଡମଣ୍ଡ୍ ହିଲାରି ଏବଂ ତେନଜିଂ ନର୍ଗେ ପ୍ରଥମ ଥର ପାଇଁ ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରି ଦୁଃସାହସିକ ପର୍ବତାରୋହଣର ଶୀର୍ଷ ସଫଳତା ପାଇଥିଲେ। ତେନଜିଂ ନର୍ଗେଙ୍କର ୨୦୦୮ ମସିହାରେ ଦେହାନ୍ତ ଘଟିଥିଲେ ମଧ୍ୟ ଏହି ଦିନଟିକୁ ଅନ୍ତର୍ଜାତୀୟ ଏଭେରେଷ୍ଟ୍ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ ଏହି ଦୁଃସାହସିକ ଯାତ୍ରା ଏବଂ ଏଭେରେଷ୍ଟ୍ ମାରାଥନ୍ ବନ୍ଦ ରହିଛି। ଏହି ଅବସରରେ ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ରାଜ୍ୟର ସମସ୍ତ ଏଭେରେଷ୍ଟ୍ ବିଜେତା, ଦୁଃସାହସିକ କ୍ରୀଡ଼ାବିତ୍ ଓ ଯୁବ ପର୍ବାତରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣେଶ ମଧ୍ୟ ଚଳିତ ବର୍ଷ (୧୮ ମଇ) ନିଜର ଏଭେରେଷ୍ଟ୍ ବିଜୟର ଦଶମ ବାର୍ଷିକୀ ଏବଂ ଏଭେରେଷ୍ଟ ମାରାଥନର୍ ହେବାର ସପ୍ତମ ବାର୍ଷିକୀ ପାଳନ କରିଛନ୍ତି। ୨୦୧୧ ମସିହାରେ ଏଭେରେଷ୍ଟ୍ ଆରୋହଣ କରିଥିବା ବେଳେ ୨୦୧୩ରେ ଏକମାତ୍ର ଭାରତୀୟ ଭାବେ ଏଭେରେଷ୍ଟ୍ ମାରାଥନ୍ରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ, ୨୦୧୯ରେ ଏଭେରେଷ୍ଟ୍ ବାଲକୋନିରେ ପ୍ରାଣ ହରାଇଥିବା କଳ୍ପନା ଦାଶ ଦୁଇ ଥର ଏଭେରେଷ୍ଟ ଅରୋହଣର ଗୌରବ ରଖିଛନ୍ତି। କଳ୍ପନା ଓ ଗଣେଶଙ୍କ ବାଦ୍ ଓଡ଼ିଶାର ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ, ସ୍ବର୍ଗତ ପ୍ରଦୀପ ସାହୁ ମଧ୍ୟ ଏଭେରେଷ୍ଟ୍ ଆରୋହଣରେ ସଫଳ ହୋଇଛନ୍ତି।
ଆଜି ଏଭେରେଷ୍ଟ୍ ଦିବସ
/sambad/media/post_attachments/wp-content/uploads/2021/05/Ganesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)